ଜିଲ୍ଲା ସ୍ତରୀୟ ପ୍ରବନ୍ଧ ଓ ଡିବେଟ୍ ପ୍ରତିଯୋଗିତାରେ ପ୍ରିୟଙ୍କା ଓ ଶୁଭଶ୍ରୀ ଙ୍କ କୃତିତ୍ୱ
ନୂଆଗାଁ (ମଣିଭଦ୍ରା ଖବର) ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଉପଲକ୍ଷେ ଜିଲ୍ଲା ସ୍ତରରେ ବିପର୍ଯ୍ୟୟ ଓ ବିପତ୍ତିର ପୁନଃ କାରଣରେ ଗୋଷ୍ଠୀର ଭୂମିକା ଉପରେ ପ୍ରବନ୍ଧ ଓ ଡିବେଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଉଦୟପୁର ସରକାରୀ ଅପ ଗ୍ରେଟେଡ ହାଇସ୍କୁଲ ର ୭ମ ଶ୍ରେଣୀ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ନାଏକ ଜିଲ୍ଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତାରେ ଜୁନିଅର ବିଭାଗରେ ଅଂଶଗ୍ରହଣ କରି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି।ସେହିପରି ନୂଆଗାଁ ହାଇସ୍କୁଲ ର ଦଶମ ଶ୍ରେଣୀ ଛାତ୍ରୀ ଶୁଭଶ୍ରୀ ପ୍ରିୟଦର୍ଶିନୀ ସିନିଅର ବିଭାଗରେ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଛନ୍ତି।କୃତିତ୍ୱ ଅର୍ଜନ କରିଥିବା ପ୍ରିୟଙ୍କା ଓ ଶୁଭଶ୍ରୀ ଙ୍କୁ ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ ପୁରସ୍କୃତ କରିଥିଲେ।ଏହା ପୂର୍ବରୁ ବ୍ଲକ୍ ସ୍ତରୀୟ ପ୍ରବନ୍ଧ ଓ ଡିବେଟ୍ ପ୍ରତିଯୋଗିତାରେ ପ୍ରିୟଙ୍କା ଓ ଶୁଭଶ୍ରୀ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment