BREAKING
Loading...
:

ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

 ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ






ଗଣିଆ ୨୮/୧୦(ମଣିଭଦ୍ରା ଖବର) ଗ୍ରାମ୍ୟ ଜଳଯୋଗାଣ ଏବଂ ପଞ୍ଚାୟତରାଜ ବିଭାଗ ସହଯୋଗରେ ସ୍ଥାନୀୟ ଗଣିଆ ଉନ୍ନୟନ କମିଟି ପରିସରରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ପ୍ରାରମ୍ଭିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ‌ । ଗଣିଆ ଉନ୍ନୟନ କମିଟିର ସଭାପତି ଉଷା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସିରିୟାଲ ଶୁଭ୍ର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବ୍ଳକର ଆଡକଟା,ରାସଙ୍ଗ ଏବଂ କରଡାପଡା ପଞ୍ଚାୟତର ସମସ୍ତ ଓ୍ବାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଭାପତି ଉଷା ପଟ୍ଟନାୟକ ଜଣାଇଛନ୍ତି । ପ୍ରଶିକ୍ଷକ ଭାବେ ସ୍ବେଚ୍ଛାସେବୀ ସଂଗଠକ ମାନସ କୁମାର ମହାପାତ୍ର ଯୋଗ ଦେଇ ପଞ୍ଚାୟତିରାଜ ସମ୍ପର୍କରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପଞ୍ଚାୟତରେ ଓ୍ବାର୍ଡ ସଭ୍ୟ ସଭ୍ୟା ମାନଙ୍କର ଦାୟିତ୍ଵ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS