ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଔଷଧ ଗୋଦାମ ରେ ଅଗ୍ନିକାଣ୍ଡ ସର୍ଟ ସର୍କିଟ ସନ୍ଧେହ l
ବୌଦ୍ଧ ଜିଲ୍ଲା (ମଣିଭଦ୍ରା ଖବର )ଆଜି ସକାଳ ପ୍ରାୟ 9:30ମିନିଟ ସମୟରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ର ଔଷଧ ଗୋଦାମ ରେ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି l ଗୋଦାମ ମଧ୍ୟରୁ ଧୂଆଁ ବାହାରୁଥିବା ଦେଖିବା ସଙ୍ଗେ ସଙ୍ଗେ ଡାକ୍ତରଖାନା କର୍ମଚାରୀ ବୌଦ୍ଧ ଦମକଳ ବାହିନୀ ଓ ଥାନା କୁ ଖବର ଦେଇଥିଲେ l ସମଗ୍ର ଡାକ୍ତରଖାନା ଧୂଆଁମୟ ହୋଇଥିବା ବେଳେ ରୋଗୀ ଓ ସମ୍ପର୍କୀୟ ମାନେ ବିଭିନ୍ନ ୱlର୍ଡ ରୁ ଦୌଡ଼ା ଦୌଡି ହୋଇ ଭୟରେ ବାହାର କୁ ଚାଲିଆସୁଥିବା ଦେଥିବାକୁ ମିଳିଥିଲା l ଦମକଳ ବାହିନୀ ନିଆଁ କୁ ଆୟତ୍ତ କରିଥିବାବେଳେ l ବହୁ ପରିମାଣର ଔଷଧ ପୋଡି ଯାଇଥିବା ଦେଖିବାକୁ ମିଳିଛି l ଅଗ୍ନି କାଣ୍ଡର ପ୍ରକୃତ କାରଣ ଜଣା ପୋଡ଼ିନଥିବା ବେଳେ ବିଦ୍ୟୁତ ସର୍ଟ ସର୍କିଟ ରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଧେହ କରାଯାଉଛି l
ବୌଦ୍ଧ ରୁ ସଞ୍ଜୟ କୁମାର ନନ୍ଦ ଙ୍କ ରିପୋର୍ଟ l
Post a Comment