BREAKING
Loading...
:

ଚାରଭଟା ପଞ୍ଚାୟତ ସିଆଡୁଲି ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ-l

 ଚାରଭଟା ପଞ୍ଚାୟତ ସିଆଡୁଲି ଗ୍ରାମରେ ଜିଲ୍ଲାପ୍ରଶାସନର ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ-l 





ସୁବର୍ଣ୍ଣପୁର( ମଣିଭଦ୍ରା ଖବର)

ଆଜି ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଗ୍ରାମ ପଞ୍ଚାୟତର ସିଆଡୁଲି ଗ୍ରାମରେ ଜନ ସମର୍କ ଶିବିର  ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞନ କହଁର,ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ବ୍ଲକ ଅଧ୍ୟକ୍ଷ ସରୋଜ କୁମାର କମ୍ପ, ଉପାଧ୍ୟକ୍ଷା, ଦ୍ୱାଦଶୀ କୁଅଁର,ଚାରଭଟା ଗ୍ରାପ.ସରପଞ୍ଚ ସସ୍ମିତା ହରିପାଲ, ସମିତି ସଭ୍ୟ ଘନଶ୍ୟାମ ଡାଙ୍ଗ ଜ଼ିଲ୍ଲା ପରିଷଦ ପ୍ରତିନିଧି ଶତ୍ରୁଘନ ପୃଷ୍ଟି, ବିଡିଓ ତରଭା ବିନୟ କୁମାର ପୁଟେଲ ସମେତ  ଜିଲ୍ଲାର ସମସ୍ତ ବିଭାଗର ବରିଷ୍ଠ ଅଧିକାରୀ, କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l ଜିଲ୍ଲା ତଥା ବ୍ଲକ ପ୍ରଶାସନ ର ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଜିଲ୍ଲା୍ର ଆଭ୍ୟନ୍ତରୀଣ ଆଦିବାସୀ ବହୁଳ ସିଆଡୁଲୀ ଗ୍ରାମ ରେ ଜନ ସମ୍ପର୍କ ଶିବିରରେ ଯୋଗଦାନ ପୂର୍ବକ ଜନସାଧାରଣ ଙ୍କ ଆପତ୍ତି  ଅଭିଯୋଗ  କୁ ପ୍ରତ୍ୟକ୍ଷ ଭାବେ ଶୁଣିବା ସହ ଜିଲ୍ଲା ସ୍ତରୀୟ ଅଧିକାରୀ ନିଜ ନିଜ ବିଭାଗୀୟ କାର୍ଯ୍ୟକ୍ରମ ସହ ଜନସାଧାରଣ ଙ୍କ ନିମନ୍ତେ ଥିବା ସରକାରଙ୍କ ସୁବିଧା ସୁଯୋଗ, ଲୋକଯୋଜନା କାର୍ଯ୍ୟକ୍ରମ ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ l ଏହି ଶିବିର ମାଧ୍ୟମରେ ଜିଲ୍ଲା ପ୍ରଶାସନ ଲୋକଙ୍କ ନିକଟକୁ ପହଂଚି ଜନସାଧାରଣ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ର ପ୍ରତିକାର ପାଇଁ ତ୍ୱରିତ ପଦକ୍ଷେପ ନେବା ସହିତ ଗ୍ରାମର ସବୁ ବର୍ଗରେ ଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଛି l ବିଶେଷ ଭାବେ ଜୀବନ ଜୀବିକା ର ବିକାଶ ନିମନ୍ତେ ଜିଲ୍ଲାପ୍ରଶାସନ ତରଫରୁ ଗ୍ରାମର ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରାଯାଇଛି l ଏହି ପରିପ୍ରେକ୍ଷୀରେ ଜିଲ୍ଳା ସାମାଜିକ ସୁରକ୍ଷା ବିଭାଗ ତରଫରୁ 05 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯାଇ ଚଳିତ ମାସ ଭତ୍ତାରେ ଟଂ 500/- ଲେଖାଏଁ ପ୍ରଦାନ କରାଯାଇଛି l ଜିଲ୍ଳା ପ୍ରାଣୀଧନ ବିଭାଗ ତରଫରୁ ଗ୍ରାମର 0୭ ଜଣ ଯୋଗ୍ୟ ହିତାଧିକାରୀ ପ୍ରତ୍ୟେକ ଙ୍କୁ ୫0 ଟି, ଓ ଓଡିଶା ଜୀବିକା ମିଶନ ତରଫରୁ ୫0 ଟି ଲେଖାଏଁ କୁକୁଡ଼ା ଚିଆଁ କିଣିବା ସହ କୁକୁଡ଼ା ଘର ନିମନ୍ତେ ଏମ ଜି ଏନ ଆର ଇ ଜି ଏସ ର ଆର୍ଥିକ ସହାୟତାରେ ପୌଲଟ୍ରି ସେଡ ନିର୍ମାଣ ନିମନ୍ତେ ଆବଶ୍ୟକ ସହାୟତା ପ୍ରଦାନ ପୁନଶ୍ଚ 0୭ଜଣ ହିତାଧିକାରୀଙ୍କୁ ଅଜୋଳା ଚାଷ ନିମନ୍ତେ ସହାୟତା ପ୍ରଦାନ କରାଯାଇଛି ସେହିପରି ଗ୍ରାମର କନ୍ଧେନ ବୁଢ଼ୀ ଏସଏଚଜି ଙ୍କୁ ଛେଳି ଚାଷ ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଜିଲ୍ଳା ଉଦ୍ୟାନ ବିଭାଗ ତରଫରୁ  ଗ୍ରାମର ଚାଷୀ ପରିବାରଙ୍କୁ ଙ୍କୁ ମାଗଣା ପନିପରିବା କିଟ ବଣ୍ଟନ କରାଯାଇଥିବା ବେଳେ କୃଷି ବିଭାଗ ତରଫରୁ ଗ୍ରାମର ଯୋଗ୍ୟ ଚାଷୀଙ୍କୁ 10,000 ଲେଖାଏଁ ରିଭାଲଭିଂଗ ଫଣ୍ଡ ପ୍ରଦାନ କରାଯାଇଛି l ଜିଲ୍ଳା ମିଶନ ଶକ୍ତି ତରଫରୁ ଗ୍ରାମର ୨ ଗୋଟି ଏସ ଏଚ ଜି ଗୋଷ୍ଠୀ ଙ୍କୁ ଆତ୍ମନିର୍ଭର ତଥା ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ପ୍ରତ୍ୟେକ ଗୋଷ୍ଠୀଙ୍କୁ ଟଂ 50,000/-ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି l ଜିଲ୍ଳା ଶିଳ୍ପ ବିଭାଗ ତରଫରୁ ଗ୍ରାମର ଜଣେ ଝିଅ କୁ ପି ଏମ ଇ ଜି ପି ଜରିଆରେ ଏସ ବି ଆଇ ତରଭା ଶାଖା ଦ୍ୱାରା ଟଂ 104000/- ସହାୟତା ସିଲେଇ କେନ୍ଦ୍ର ପାଇଁ ପ୍ରଦାନ କରାଯାଇଛି l ଜିଲ୍ଳା ଶ୍ରମ ବିଭାଗ ତରଫରୁ ଶିବିରରେ 0୨ ଜଣଙ୍କୁ ଶ୍ରମ କାର୍ଡ ପ୍ରଦାନ କରାଯାଇଥିବା ବେଳେ ଆଉ 0୭ ଜଣଙ୍କୁ ଅତି ଶୀଘ୍ର ପ୍ରଦାନ କରାଯିବ l ସେହିପରି ଜିଲ୍ଳା ଶିକ୍ଷା ବିଭାଗ ତରଫରୁ ଜଣେ ଶ୍ରବଣବାଧିତ ଛାତ୍ରୀ ଙ୍କୁ ଶ୍ରବଣ ଯନ୍ତ ପ୍ରଦାନ କରାଯାଇଛି l  ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଓ ସି ଏଚ ସି ତରଭା ଦ୍ୱାରା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବଣ୍ଟନ କରାଯାଇଥିଲା l ଅଂଚଳର ଜନସାଧାରଣ ଯେପରି ପ୍ରଶାସନ ତରଫରୁ ତ୍ୱରିତ ସେବା ପାଇପାରିବେ ଏବଂ ସେମାନଙ୍କ ଜୀବନ ଜୀବିକାର ଉନ୍ନତି ହୋଇପାରିବ ଏବଂ  ସ୍ୱଚ୍ଛ ସୁସ୍ଥ ରହିବେ ସେଥିପ୍ରତି ଗୁରୁତ୍ୱାରୋପ କରିଛନ୍ତି ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ l ଶିବିରରେ ଗ୍ରାମର  ଜନସାଧାରଣ  ଅଂଚଳର ବିଶେଷ ସମସ୍ୟା ସହ ବ୍ୟକ୍ତିଗତ ସମସ୍ୟା ଓ ଅଭିଯୋଗ ଗୁଡିକୁ ଜିଲ୍ଳା ପ୍ରଶାସନ ଆଗରେ ଉପସ୍ଥାପନ କରିଥିଲେ l ଆଗକୁ ଏହିପରି କାର୍ଯ୍ୟକ୍ରମ ପ୍ରତି ମାସରେ ଜିଲ୍ଳା ପ୍ରଶାସନ ତରଫରୁ ଅନୁଷ୍ଠିତ କରାଯାଇ ପ୍ରଶାସନ ଲୋକଙ୍କ ପାଖକୁ ପହଂଚି ଜନସାଧାରଣ ଙ୍କ ବିଶେଷ ସମସ୍ୟା ଗୁଡିକୁ ତ୍ୱରିତ ସମାଧାନ କରିବା ସହିତ ସେବା ଯୋଗାଇଦେବ l କାର୍ଯ୍ୟକ୍ରମ ରେ ସମସ୍ତ ଜିଲ୍ଳା ସ୍ତରୀୟ ଅଧିକାରୀ ତଥା ବ୍ଲକ ସ୍ତରୀୟ ଅଧିକାରୀ କର୍ମଚାରୀ ପ୍ରମୁଖ ଅଂଶ ଗ୍ରହଣ କରଥିଲେ lରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS