BREAKING
Loading...
:

କିଶୋରୀ ନେତୃତ୍ଵ ଓ ଅଧିକାର ଉପରେ ତାଲିମ୍

 କିଶୋରୀ ନେତୃତ୍ଵ ଓ ଅଧିକାର ଉପରେ ତାଲିମ୍ ।



ଦଶପଲ୍ଲା (ମଣିଭଦ୍ରା ଖବର)

ଦଶପଲ୍ଲାର ସାଇ ଗେଷ୍ଟହାଉସ୍ ହଲ୍ ରେ ଦିଲ୍ଲୀସ୍ଥିତ ଇଉସେଡ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ଗ୍ରାମାଞ୍ଚଳର କିଛି କିଶୋର କିଶୋରୀ ମାନଙ୍କୁ ନେଇ ଏକ ତାଲିମ୍ କାର୍ଯ୍ୟକ୍ରମ ବୁଧବାର ଠାରୁ ଆରମ୍ଭ ହୋଇଛି। ୨୩ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ କିଶୋରୀ ମାନଙ୍କୁ ମୂଖ୍ୟତଃ ଯେଉଁ କମ୍ ବୟସରେ ଜୋର କରି ବିବାହ ଦେଇ ଦିଆ ଯାଉଛି ତାକୁ ବନ୍ଦ କରିବା ସହ ପୁଅଝିଅ ମାନଙ୍କୁ ସେମାନଙ୍କ ଅଧିକାର ସଂପର୍କରେ ଜଣାଇବା ଲକ୍ଷ୍ୟ ରଖାଯାଇଛି । କମ୍ ବୟସରେ ବିବାହ କରିବା ଦ୍ବାରା ତା ଠାରୁ ଜନ୍ମିତ ଶିଶୁ କିପରି ରୋଗଗ୍ରସ୍ତ ହେବା ସହ ଅଳ୍ପାୟୁ ହେଉଛି,ତା ସଙ୍ଗେସଙ୍ଗେ  ମାଆଟି ମଧ୍ୟ ପ୍ରସବ ସମୟରେ ମୃତ୍ୟୁ ମୁଖରେ ପଡୁଚି ବା ରୋଗାକ୍ରାନ୍ତ ହଉଚି ତାଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମ ଉଦ୍ ଘାଟନ ଉତ୍ସବରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ବିଡିଓ ସଂଜୟ କୁମାର ଆଚାର୍ଯ୍ୟ,ବିଇଓ ପ୍ରଣତି ପଟ୍ଟନାୟକ,ବିପିସି ପ୍ରଭାସ ଦାସ, ଡା.ପ୍ରଫୁଲ୍ଲ କୁମାର ଦାଶ  ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।ଅନୁଷ୍ଠାନର ସଂଯୋଜକ ସୁବ୍ରତ କୁମାର ବିଶୋଇ ଅତିଥି ପରିଚୟ କରିଥିବା ବେଳେ ଶୁଭାଶିଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS