BREAKING
Loading...
:

ବୌଦ୍ଧରେ ହେବ ଅଲେଖ ମହିମା ଧର୍ମର ପ୍ରଚାର ପ୍ରସାର।

 ବୌଦ୍ଧରେ ହେବ ଅଲେଖ ମହିମା ଧର୍ମର ପ୍ରଚାର ପ୍ରସାର।




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ର ସାଧୁସନ୍ଥ ଏବଂ ଭକ୍ତ ମାନକଂର ଆହ୍ବାନ କ୍ରମେ ହରଭଗାଂ ବ୍ଲକ ରାଧାନଗର ପଞ୍ଚାୟତ ଅନ୍ତର୍ଗତ ଗାନ୍ଧିନଗର ଗ୍ରାମ ଠାରେ କୌପୀନିଧାରି ମହିମା ସମାଜ ର ଭକ୍ତ ମାନକଂର ଆଜି ଏକ ଜିଲ୍ଲାସ୍ତରୀୟ ବୈଠକ ହୋଇଥିଲା। ବିଭିନ୍ନ ବିଷୟକୁ ଆଲୋଚନା କଲାପରେ ଏହି ବୈଠକରେ ଜିଲ୍ଲା ସ୍ତରର ଭୀମଭୋଇ ସେବା ସଘଂ କୌପୀନିଧାରି ମହିମା ସମାଜ, ବୌଦ୍ଧ ରେ ଏକ କମିଟି ଗଠନ କରାଗଲା। ସର୍ବସମ୍ମତି କ୍ରମେ ସଭାପତି ଭାବେ ଶିବ ଭକ୍ତ କୁଂ ସଭାପତି ଦାଇତ୍ଵ ଦିଆଗଲା। ଏବଂ ଅଲେଖ ଧର୍ମ ର ପ୍ରଚାର କରିବା ପାଇଁ ସର୍ବସମ୍ମତି କ୍ରମେ ଗାନ୍ଧିନଗର ଠାରେ ଏକ ଜିଲ୍ଲାସ୍ତରୀୟ ମଠ କରିବା ପାଇଁ ପ୍ରସ୍ତାବ ଗୃହୀତ ହେଲା। ବୈଠକରେ ଉପସ୍ଥିତ ଥିଲେ, ତପନ ବାବା, ସନ୍ତୋଷ ବାବା, ଜଗବନ୍ଧୁ ଦାସ, ନରେନ୍ଦ୍ର ଭକ୍ତ, ପ୍ରବାସି ଭକ୍ତ, ଅଚ୍ୟୁତାନନ୍ଦ ଭକ୍ତ, ସୁରଥ ଭକ୍ତ, ନୟନା ମାତା, ମହିମା ମାତା, ନିଳାନ୍ଚଳ ଭକ୍ତ, ହିଂମାଶୁ ଭକ୍ତ, ସତ୍ୟ ଭକ୍ତ, ବିଚିତ୍ର ଭକ୍ତ, ସମ୍ଭୁନାଥ ଭକ୍ତ, ଉଗ୍ରସେନ ଭକ୍ତ, ସଦାନନ୍ଦ, ଅଶୋକ ଭକ୍ତ। ଶେଷରେ ସଘଂର କୋଷାଧ୍ୟକ୍ଷ ଡାକ୍ତରୀ ଭକ୍ତ ସମସ୍ତ ଭକ୍ତ କୁଂ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS