BREAKING
Loading...
:

ନୂଆଗାଁ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ

 ନୂଆଗାଁ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ





ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୂଆଗାଁ ହାଇସ୍କୁଲ ରେ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ  ନୂଆଗାଁ ହାଇସ୍କୁଲ ର ପ୍ରଧାନ ଶିକ୍ଷକ କୁଳମଣି ନାୟକ ,ସି ଆର୍ ସି ସି କୈଳାସ  ଚନ୍ଦ୍ର ନାଏକ,ପବନା ନାୟକ,ନିମାଇ ଚରଣ ସାହୁ,ପ୍ରସନ୍ନ କୁମାର ବେହେରା ଯୋଗଦେଇ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ର ଉଦେଶ୍ୟ ବର୍ଣ୍ଣନା କରିଥିଲେ।ଆର୍ ପି ରଶ୍ମିତା ଖଣ୍ଡୁଆଳ,ସୁନୀତା ସାହୁ ଶିକ୍ଷଣ ପରିପୂରକ କାର୍ଯ୍ୟକ୍ରମ ଉପରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀ ମାନେ  ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିଲେ କିନ୍ତୁ ପୂର୍ବ ଶ୍ରେଣୀ ର  ପାଠ ଠିକ୍ ଭାବେ ଗ୍ରହଣ କରିପାରିନଥିଲେ ।ତେଣୁ ଛାତ୍ର ଛାତ୍ରୀ ଙ୍କୁ କିପରି ଶିକ୍ଷାଦାନ ଦିଆଯାଇ ଶିକ୍ଷଣ ପରିପୂରଣ କରାଯାଇ ପାରିବ ସେ ଉପରେ ଆର୍ ପି ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପବିତ୍ର କୁମାର ସାହୁ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ୭୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS