BREAKING
Loading...
:

ଗ୍ରାମ୍ୟ ଜଙ୍ଗଳ ଓ ଗୋଚର ଜମି ଠିକା ରେ ଲାଗିବା ପ୍ରସଙ୍ଗ, ତହସିଲ କାର୍ଯ୍ୟାଳୟ ରେ ଧାରଣା ପ୍ରତିଶ୍ରୁତି ପରେ କର୍ତ୍ତଙ୍ଗ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ

 ଗ୍ରାମ୍ୟ ଜଙ୍ଗଳ ଓ ଗୋଚର ଜମି ଠିକା ରେ ଲାଗିବା ପ୍ରସଙ୍ଗ, ତହସିଲ କାର୍ଯ୍ୟାଳୟ ରେ ଧାରଣା ପ୍ରତିଶ୍ରୁତି ପରେ କର୍ତ୍ତଙ୍ଗ ଗ୍ରାମବାସୀଙ୍କ ଧାରଣା ପ୍ରତ୍ୟାହୃତ 



ସୁବର୍ଣ୍ଣପୁର ମଣିଭଦ୍ରା ଖବର 

ଥରେ ନୁହେଁ କି ଦୁଇଥର ନୁହେଁ ଲିଖିତ ଭାବରେ ୩ଥର ହେଲା କର୍ତ୍ତଙ୍ଗ ଗ୍ରାମବାସୀ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଠାରେ ଦାବି କରି ଆସୁଥିଲେ ମଧ୍ୟ ସମସ୍ୟା ସମାଧାନ ନହେବାରୁ ପୁନର୍ବାର ଆଜିଠାରୁ ଗ୍ରାମବାସୀ ଦାବି ପୂରଣ ନେଇ ସ୍ଥାନୀୟ ବିନିକା ତହସିଲ କାର୍ଯ୍ୟାଳୟ ସମ୍ଭୁଖରେ ଧାରଣାରେ ବସି ରହିଥିଲେ ।ସୂଚନା ଯୋଗ୍ୟ ଯେ ସେମାନଙ୍କ କହିବା ଅନୁଯାୟୀ ଗ୍ରାମର ଗୋଚର ଓ ଜଙ୍ଗଲ ଜମିକୁ ସେଲେଡି  ରାଜସ୍ବ ନିରୀକ୍ଷକ ଓ ସ୍ଥାନୀୟ ,ଫରେଷ୍ଟର କେତେକ ଲୋକଙ୍କ ସହାୟତାରେ ଚାଷ କରି ବିପୁଳ ମାତ୍ରାରେ ଟଙ୍କା ଆଦାୟ କରି ଆସୁଛନ୍ତି ।ଯାହାକି ଗ୍ରାମର ଗାଈ ଗୋରୁ ଚରାଇବା ଓ ଖାଦ୍ୟ ଅନ୍ବେଷଣରେ ଗୋପାଳକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।ଜବରଦଖଲ ହୋଇଥିବା ଜମିର ତଦନ୍ତ ପୂର୍ବକ ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ପ୍ରତି ଘଣ୍ଟ ଘୋଡାଉ ଥିବାରୁ କର୍ତ୍ତଙ୍ଗ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ କୁ ଆସି କାର୍ଯ୍ୟାଳୟ ସମ୍ମୁଖରେ  ଧାରଣା ବସିବା ସହିତ କାର୍ଯ୍ୟାଳୟ କୁ ବନ୍ଦ କରି କାର୍ଯ୍ୟ ଠପ କରି ଦେଇଥିଲେ | ସକାଳ 10 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଧାରଣା ଜାରି ରହିଥିଲା | ଖବର ପାଇ ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର ଘଟଣାସ୍ଥଳରେ ପହଂଚି ଧାରଣାରତ ଗ୍ରାମବାସୀଙ୍କ ସହ ଆଲୋଚନା କରି ୧୫ଦିନ ମଧ୍ୟରେ ତଦନ୍ତ କରାଯିବ  ଏବଂ ଦୋଷୀ ମାନଙ୍କ ଉପରେ ବିହିତ କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର



Post a Comment

Previous Post Next Post
Header ADS