BREAKING
Loading...
:

ତହସିଲଦାର କଂ ଦ୍ବାରସ୍ଥ ହେଲେ ,ପଥର ଖାଦାନ କ୍ଷତିଗ୍ରସ୍ତ ଗ୍ରାମବାସୀ

 ତହସିଲଦାର କଂ ଦ୍ବାରସ୍ଥ ହେଲେ ,ପଥର ଖାଦାନ କ୍ଷତିଗ୍ରସ୍ତ ଗ୍ରାମବାସୀ



ଦଶପଲ୍ଲା ( ମଣିଭଦ୍ରା ଖବର)ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମପଞ୍ଚାୟତ ଅନ୍ତର୍ଗତ , ପଙ୍କାଳ ସାହି ଗ୍ରାମ ନିକଟରେ ଥିବା କଳା ମୁଗୁନି ପାହାଡ଼ ଟିକୁ ସରକାର ଙ୍କ ପକ୍ଷ ରୁ ନିଲାମ କରାଯାଇଛି । ପାହାଡ଼ରେ ପ୍ରତ୍ୟେକ ଦିନ ବିଷ୍ଫୋରଣ ଏବଂ ବଡ଼ବଡ଼ ଭାଇବ୍ରେଟର ମେସିନ ଦ୍ବାରା ପଥର ଫୁଟା ଯିବାଯୋଗୁଁ ,ଅଳ୍ପ ଦୂରରେ ଥିବା ଗ୍ରାମରେ ପଥର ଖଣ୍ଡ ପଡ଼ିବା ସହ,ଘରଛାତ ,କାନ୍ଥମାନକଂରେ ବଡ଼ ବଡ଼ ଫାଟ ସୃଷ୍ଟି ହେବାସଂଗେ ସଂଗେ, ଜମି ଜମାରେ ପଥର ଖଣ୍ଡ ପଡି, ଚାଷଜମି ଚାଷପାଇଁ ଅନୁପଯୁକ୍ତ ହୋଇପଡୁଛି । ନିକଟସ୍ଥ ଗ୍ରାମର ଗୋରୁଗାଈ ସମେତ ଅନ୍ୟାନ୍ୟ ଗୃହପାଳିତ ପଶୁମାନେ ମଧ୍ୟ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟା ସମସ୍ତଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବାବେଳେ,ନିକଟସ୍ଥ ଗ୍ରାମବାସୀମାନେ ଭୟଭୀତ ହୋଇ ଜୀବନ ଅତିବାହିତ କରୁଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ , ଗ୍ରାମ ର ସମସ୍ତ ସଦସ୍ୟ ମାନେ ଦଶପଲ୍ଲା ତହସିଲଦାର୍ ଙ୍କୁ ଏହି ବିଷୟରେ ଲିଖିତ ଭାବରେ ଅବଗତ କରିବା ସହିତ, ଫାଟ ସୃଷ୍ଟିହୋଇଥିବା ଘର ଓ ଛାତ ର ଫଟୋ ମଧ୍ୟ ପ୍ରଦାନ କରିଛନ୍ତି ।


 ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

أحدث أقدم
Header ADS