ପଶ୍ଚିମ ଓଡ଼ିଶାର ସିଘା ତୀହାର ନୂଆଁ ଖାଇ ରେ ପୂଜା ପାଇଲେ ମାଁ କୁଟେନ୍ ମାଉଲି।
ସୁବର୍ଣ୍ଣପୁର(ମଣିଭଦ୍ରା ଖବର):ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆଖାଇ ହୋଇଥିବା ବେଳେ ଧୁମ୍ ଧାମରେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି ପର୍ବ ସିନ୍ଧିଗୋରା ଠୁ ତଲଗାଁ ପର୍ଯ୍ୟନ୍ତ ପାଳିତ ହୋଇଥିଲା।ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସ ସହ ସମାପନ ହୋଇଛି ଏହି ନୂଆଁ ଖାଇ ପର୍ବ ।କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଥାନା ମହୁଲ ବାହାଲି ଗ୍ରାମରେ କାହିଁ ଆଦିମ ଯୁଗରୁ ମାଁ କୁଟେନ ମାଉଳୀ ପୂଜା ପାଇ ଆସୁଥିବା ଜଣାପଡିଛି।ଯାହାକି 1982 ବଡ଼ ବନ୍ୟାରେ ଗାଁ ମୁଣ୍ଡକୁ ଭାଷୀ ଆସିଥିଲେ ପଥର ରୂପରେ ।ପାଣିରେ ପଥର ଭାସୁଥିବା ବେଳେ ଲୋକେ ଦେଖି ଆଚମ୍ବିତ ହୋଇଥିଲେ ।ଗାଁ ଲୋକଙ୍କୁ ସେହି ବଡ଼ ବନ୍ୟାରୁ ରକ୍ଷା କରିବା ପାଇଁ ମୁଁ ଭାଷୀ ଆସିଛି ମୁଁ ଏହି ଜାଗାରେ ପୂଜା ପାଇବି ବୋଲି ପୁଝାରୀ ରାଧେ ବେହେରା ଙ୍କୁ ସ୍ୱପନାଦେଶ ଦେଇଥିଲେ।ସେହି ସ୍ଥାନରୁ ଗାଁ ଭିତରକୁ ଆଉ ପାଣି ଆସିନଥିଲା ।ଉକ୍ତ ଜାଗାରେ କଙ୍କାଲି ରକ୍ତ ମାଉଳି ଏମିତି ଅନେକ ଦେବା ଦେବୀ ପୂଜା ପାଉଥିବା ବେଳେ ନୂଆଁ ଖାଇ ଦିନ ମାଆଙ୍କ ପାଖରେ ଛେଳି ବଳି ଦିଆଯାଇଥାଏ।ମାଁଙ୍କ ପାଖରେ ନବାନ୍ନ ଭୋଗ ଲାଗିବା ପରେ ସମସ୍ତେ ନିଜ ନିଜ ଘରେ ପୂଜା କରି ସାରିବା ପରେ ନବାନ୍ନ ଭକ୍ଷଣ କରି ଜୁହାର ଭେଟ କାର୍ଯ୍ୟକ୍ରମ କରିଥାନ୍ତି।ଗଣେଶ ଗଜାନନ ଙ୍କ ପୂଜା ମଧ୍ୟ ଧୁମ ଧାମରେ ପାଳିତ ହୋଇଥିବା ବେଳେ ପ୍ରଥମ କରି ଗଣେଶ ପୂଜା କମିଟି ତରଫରୁ ଏବର୍ଷ ଗୋଟିଏ ଶିଶୁ ପ୍ରତିଭା ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment