BREAKING
Loading...
:

ସୁବର୍ଣ୍ଣପୁର ର ନୂତନ ଓ ବିଦାୟୀ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା

 ସୁବର୍ଣ୍ଣପୁର ର ନୂତନ ଓ ବିଦାୟୀ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ସମ୍ବର୍ଦ୍ଧନା 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଓଡିଶା ସାମ୍ବାଦିକ ସଂଘ ଓ ମିଡ଼ିଆ ଫୋରମ ସୁବର୍ଣ୍ଣପୁର ପକ୍ଷରୁ ନୂତନ ଆଞ୍ଚଳିକ ପରିବହନ ଅଧିକାରୀ ଓ ବିଦାୟୀ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ରବୀନ ପଟ୍ଟନାୟକ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ କାର୍ଯ୍ୟକାଳ ମଧ୍ୟରେ ରାଜ୍ୟ ସ୍ତରରେ ନିଜ ବିଭାଗ ତଥା ସୁବର୍ଣ୍ଣପୁର ଜିଲ୍ଲା ପାଇଁ ଅନେକ ସମ୍ମାନ ଆଣିଥିଲେ l ସ୍ମାର୍ଟ କାର୍ଯ୍ୟାଳୟ, ଆଧୁନିକିକରଣ ଆର. ଟି. ଓ. ସେବା କେନ୍ଦ୍ର, ସ୍ମାର୍ଟ ଡ୍ରାଇଭିଂଗ ପରୀକ୍ଷଣ କେନ୍ଦ୍ର, ଟ୍ରାଫିକ ସିଗନାଲ ବ୍ୟବସ୍ଥା, ଆହତ ବ୍ୟକ୍ତିଙ୍କୁ ନିଜେ ଚିକିତ୍ସା କରାଇ ସାମରିଟେନ ପଲିସି ଉପରେ ଲୋକଙ୍କୁ ସଚେତନତା କରିବା ଓ ଏକ ନମ୍ବର ଆର. ଟି. ଓ. ଏକ ନମ୍ବର ଜିଲ୍ଲା ଭାବରେ ରାଜ୍ୟ ରେ ସୁନାମ ଆଣିବା, ଦୁର୍ଘଟଣାରେ ଶୂନ୍ୟ ମୃତ୍ୟୁ ହାର ପାଇଁ ଲକ୍ଷ୍ୟ ସ୍ଥାପନ କରିବା ଇତ୍ୟାଦି ଶ୍ରୀଯୁକ୍ତ ପଟ୍ଟନାୟକ ଙ୍କ ଉଦ୍ୟମ ରେ ହିଁ ହୋଇଛି l ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲା ପାଳ ସୂର୍ଯ୍ୟନାରାୟଣ ଦାସ, ସମ୍ମାନୀତ ଅତିଥି ଭାବରେ ସୋନପୁର ଉପ ଜିଲ୍ଲାପାଳ ଡ଼. ଈପସିତା ପ୍ରିୟଦର୍ଶନୀ ମିଶ୍ର ଏସ ଡି ପି ଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଯୋଗ ଦେଇ ଉଭୟ ଆଞ୍ଚଳିକ ପରିବହନ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ପୋଲିସ ପ୍ରଶାସନ ଓ ଆଞ୍ଚଳିକ ପରିବହନ ବିଭାଗ ର ସମସ୍ତ ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l


 ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS