ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ
ନୂଆଗାଁ (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ସଂପଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଚିନ୍ତାମଣୀ ବିଦ୍ୟାପୀଠ ସଂପଡ଼ା ଠାରେ ଗୁରୁ ପୂଜନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି | ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ନରେନ୍ଦ୍ର କୁମାର ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଫୁଲବାଣୀ ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଉନ୍ନୀତ ଉଚ୍ଚବିଦ୍ୟାଳୟ ସିନ୍ଦୁରିଆ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋଦାବରୀଶ ମିଶ୍ର ,ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଉମେଶ ଚନ୍ଦ୍ର କର, ଦଶପଲ୍ଲା ବ୍ଲକ୍ ରେ କାର୍ଯ୍ୟରତ ସି ଆର୍ ସି ସି କାଳନ୍ଦୀ ଚରଣ ସାହୁ , ଚିନ୍ତାମଣୀ ବିଦ୍ୟାପୀଠ ସଂପଡ଼ା ପ୍ରଧାନ ଶିକ୍ଷକ ଭୀମସେନ ସାହୁ, ଗୋପାଳ ଚନ୍ଦ୍ର ରାୟଗୁରୁ ଆଦି ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଅତିଥି ରୂପେ ଯୋଗଦେଇ ଶିକ୍ଷକ ଶିକ୍ଷାର୍ଥୀ ଓ ଶିକ୍ଷାୟତନ ର ସ୍ଵରୂପ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ | ଶିକ୍ଷାର୍ଥୀ ମାନଙ୍କୁ ବାସ୍ତବ ଶିକ୍ଷାଦାନ ରେ ହିଁ ଶିକ୍ଷକଙ୍କର ଆନନ୍ଦ ଲୁକ୍କାୟିତ ହୋଇ ରହିଥାଏ ବୋଲି ମତ ପ୍ରକାଶ ପାଇଥିଲା । ସର୍ବଶେଷରେ ସର୍ବୋତ୍ତମ ଶିକ୍ଷାର୍ଥୀ ପୁରସ୍କାର କୃଷ୍ଣଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ବିଷ୍ଣୁପ୍ରିୟା ଦାସ,କାଣି ଗିରୀ ଉପ୍ରା ବିଦ୍ୟାଳୟ ର ଛାତ୍ରୀ ବର୍ଷା ପ୍ରିୟଦର୍ଶିନୀ ପାତ୍ର, ସର୍ବୋତ୍ତମ ଶିକ୍ଷୟତ୍ରୀ ସଂଯୁକ୍ତା ଦେଇ, ସର୍ବୋତ୍ତମ ପ୍ରଧାନ ଶିକ୍ଷକ ଜଗନ୍ନାଥ ବେହେରା ଏବଂ ସର୍ବୋତ୍ତମ ବିଦ୍ୟାଳୟ ରୂପେ ସରକାରୀ ଭପ୍ରା ବିଦ୍ୟାଳୟ ସଂପଡ଼ା କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ କ୍ଲଷ୍ଟର ରୁ ବିଦାୟୀ ଶିକ୍ଷକଙ୍କ ପାଇଁ ବିଦାୟୀ କାଳୀନ ସଭା ଓ ନୂତନ ଶିକ୍ଷଙ୍କକୁ ସ୍ଵାଗତ କରାଯାଇଥିଲା ।ସେହିପରି ଭାବେ ନୂଆଗାଁ ବ୍ଲକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟ ,କଲେଜ, କୋଚିଂ ସେଣ୍ଟର ରେ ଗୁରୁ ଦିବସ ପାଳିତ ହୋଇଯାଇଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment