BREAKING
Loading...
:

ଅମୃତ ସନ୍ଧାନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

 ଅମୃତ ସନ୍ଧାନ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

ସାହିତ୍ୟିକ କବି ବନ୍ଧୁ ପରିବାର, ଆନୁକୂଲ୍ୟରେ ବାଲିଆ ସ୍ଥିତ "କପିଳମୁନି ଆଶ୍ରମରେ" ଗତକାଲି ବାଲେଶ୍ଵର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର, ଆଶ୍ରମର ଅନ୍ତେବାସୀ, ସାହିତ୍ୟିକ କବି ବନ୍ଧୁ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କର ଷଷ୍ଠ ପୁସ୍ତକ "ଅମୃତ ସନ୍ଧାନ" ଶୁଭ ଲୋକାର୍ପଣ ହୋଇ ଯାଇଛି । ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଲୁ ମହାପାତ୍ର, କପିଳମୁନି ଆଶ୍ରମର ମୁଖ୍ୟ ବଳରାମ ସେଠୀ, ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର, ମୁଖ୍ୟ ଉପଦେଷ୍ଟା ଶ୍ରୀଯୁକ୍ତ ବିପିନ ବିହାରୀ ବାରିକ, କ୍ଷୀତେଶ୍ବର ଦାଶ, ରବୀନ୍ଦ୍ର କୁମାର ବିଶ୍ବାଳ,ଶ୍ରୀମତୀ ଚିତ୍ରାରାଣୀ ପାତ୍ର, ଶ୍ରୀମତୀ ସୁପ୍ରିୟା ସାହୁ,ଶ୍ରୀଯୁକ୍ତ ପାତ୍ର ବାବୁ ଏବଂ ଆହୁରି ଅନେକ ସୁସାହିତ୍ୟିକ ତଥା ଆଶ୍ରମର ଅନେକ ଅନ୍ତେବାସୀ ଉପସ୍ଥିତ ରହିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମହାପାତ୍ର ପୁସ୍ତକଟି ଲୋକାର୍ପଣ କରିଥିଲେ । କ୍ଷୀତେଶ୍ବର ଦାଶ ପୁସ୍ତକଟିର କଳେବର ଦେଖି ଅଭିଭୂତ ହୋଇଥିଲେ। ୩୦୦ରୁ ଉର୍ଦ୍ଧ ପୃଷ୍ଠାର ଏହି ଅମୃତ ସନ୍ଧାନ ଉପରେ ସମୀକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବିଶ୍ବାଳ ପ୍ରାଞ୍ଜଳ ଭାବରେ ସମୀକ୍ଷା କରିଥିଲେ । *ଅମୃତ ସନ୍ଧାନ* ଏକ ବାଂମୟ ପରିପ୍ରକାଶ ରୁ ଶ୍ରୀଯୁକ୍ତ ବିଶ୍ବାଳ ବକ୍ୟବ୍ୟ ଆରମ୍ଭ କରିଥିଲେ । ପୁସ୍ତକଟି ପଞ୍ଚମ ଶ୍ରେଣୀରୁ କଲେଜ ପର୍ଯ୍ୟନ୍ତ ସମସ୍ତ ବର୍ଗର ଶିକ୍ଷାର୍ଥୀଙ୍କ ପାଇଁ ନିହାତି ଆବଶ୍ୟକ ଏବଂ ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଲାଇବ୍ରେରୀରେ ଏଭଳି ଉପାଦେପୂର୍ଣ୍ଣ ପୁସ୍ତକ ସ୍ଥାନ ପାଇବା ଉଚିତ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ଶ୍ରୀଯୁକ୍ତ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଦ୍ବିତୀୟ ପର୍ଯ୍ୟାୟରେ ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଆଶ୍ରମର ଅନ୍ତେବାସୀମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ମହୋଦୟ ସ୍ବହସ୍ତରେ ବସ୍ତ୍ରଦାନ କରିଥିଲେ , ଅନ୍ନବସ୍ତ୍ର ସମସ୍ତ ଅନ୍ତେବାସୀମାନଙ୍କୁ ପ୍ରଦାନ କରିବା ସହ ଏକ ସୁନ୍ଦର କବିତା ଆସରର ଆୟୋଜନ କରାଯାଇଥିଲା । ଶେଷରେ ସାରସ୍ୱତ ସ୍ରଷ୍ଟାମାନେ ରାମେଶ୍ବର ମନ୍ଦିରରେ ପ୍ରସାଦ ସେବନ କରିଥିଲେ ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS