ବେଆଇନ ଭାବରେ ୟୁରିଆ ସାର ଚୋରା ଚାଲାଣ ଘଟଣା, ଗାଡ଼ି ସହିତ ୫0 ପାକେଟ ସାର ଜବତ୍ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଲାରେ ୟୁରିଆ ସାର କଳା ବଜାରୀ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବସ୍ତାକୁ ସରକାରୀ ଦର ୨୬୬ ଟଙ୍କା ଥିବାବେଳେ ଚାଷୀ ମାନେ କଳା ବଜାରୀ ମାନଙ୍କ ଠାରୁ ୪୫୦ଟଙ୍କାରୁ ୫୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି ।ଏଭଳି ଏକ କଳା ବଜାରି ୟୁରିଆ ସାର ବେଆଇନ ଭାବରେ ନେଉଥିବା ବେଳେ ସୁବଳୟା ପୋଲିସ ହାତରେ ଧରା ପଡିଛି ।ମିଳିଥିବା ସୁଚନା ଅନୁସାରେ ସୋମବାର ଦିନ ଏକ ବୋଲେରୋ ପିକପ ଭ୍ୟାନ ଯାହାର ନମ୍ବର ହେଉଛି ଓଡି ୧୫-ଏଲ୍ -୬୦୯୯ ଗାଡ଼ିରେ ୫୦ ବସ୍ତା ୟୁରିଆ ସାର ନେଇ ଯାଉଥିବା ବେଳେ ସୁବଳୟା ପୋଲିସ ଖବର ପାଇ ପଣ୍ଡୁଆ ମେଟାକାନି ଛକ ପାଖରୁ ଉକ୍ତ ଗାଡିକୁ ଜବତ୍ କରିବା ସହିତ ଅଭିଯୁକ୍ତ ତଥା ଡ୍ରାଇଭର ସୂର୍ଯ୍ୟକାନ୍ତ ପଣ୍ଡା (୨୯) ଅଟକ ରଖିବା ସହିତ ପଚରାଉଚରା କରିଥିଲା ସୁବଳୟା ପୋଲିସ। ଅଭିଯୁକ୍ତ ସାର ନେଉଥିବା କୈ।ଣସି କାଗଜପତ୍ର ଦେଖାଇ ନପାରିବାରୁ ଗାଡ଼ି ସହିତ ଅଭିଯୁକ୍ତକୁ ସୁବଳୟା ଥାନା କୁ ଅଣାଯାଇଥିଲା । ଏହି ସମୟରେ କାର୍ଯ୍ୟ ରତ ସୁବଳୟା ପୋଲିସ କର୍ମଚାରୀ ଙ୍କୁ ମୁଖ୍ୟ ଅଭିଯୁକ୍ତ ଙ୍କ ଦୁଇଭାଇ ରଘୁନାଥ ପଣ୍ଡା ଓ ବିଶ୍ୱନାଥ ପଣ୍ଡା ଗାଳି ଗୁଲଜ କରିବାସହିତ ସେଠାରୁ ଫେରାର୍ ହୋଇଥିଲେ । ଏହି ଚଢାଉର ନେତୃତ୍ୱ ନେଇଥିଲେ ଏଏସଆଇ ସନ୍ତୋଷ ସିନ୍ଦ୍ରିଆ,ସୌମିତ୍ରୀ ବାଘ ,ରଞ୍ଜନ କୁମାର ଦାନୀ ଓ ହିମାଂଶୁ ମଲ୍ଲିକ ସାମିଲ ହୋଇଥିଲେ ।ସୁବଳୟା ଥାନା କେସ୍ ନମ୍ବର ୧୧୭/୨୨ରେ ବିଭିନ୍ନ ଦଫାରେ ତିନି ଅଭିଯୁକ୍ତଙ୍କ ନାମରେ ମାମଲା ରୁଜ୍ଜୁ କରି ଥାନା ଅଧିକାରୀ ଅଞ୍ଜଳି କୁମ୍ଭାର ଏହାର ତଦନ୍ତ ଚଳାଇଛନ୍ତି । ବୀରମହାରାଜପୁର ବ୍ଳକ କୃଷି ଅଧିକାରୀ ମକରଧ୍ବଜ ପଟେଇ, ବିଟିଏମ୍ ଜିତେନ୍ଦ୍ରିୟ ମେହେର, ଏଟିଏମ୍ ଚନ୍ଦ୍ର ଶେଖର ନାଏକ ସୁବଳୟା ଥାନାରେ ପହଞ୍ଚି ଜବତ ୟୁରିଆ ସାରକୁ ଖଣ୍ଡହତା ପେକ୍ସ ଜିମା ଦେଇଛନ୍ତି । ଜିଲ୍ଲାପାଳଙ୍କ ଠାରୁ ଆଦେଶ ପାଇଲା ପରେ ଜବତ୍ ସାରକୁ ସରକାରୀ ଦରରେ ବିକ୍ରି କରାଯିବ ବୋଲି କ୍ଳକ କୃଷି ଅଧିକାରୀ ଶ୍ରୀଯୁକ୍ତ ପଟେଲ କହିଛନ୍ତି ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment