BREAKING
Loading...
:

ବିଗୁଲ ଟିଭି ର ବାର୍ଷିକ ଉତ୍ସବ ଓ ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l

 ବିଗୁଲ ଟିଭି ର ବାର୍ଷିକ ଉତ୍ସବ ଓ ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)

 ସୁବର୍ଣ୍ଣପୁର ଜିଲ୍ଲା ପଏଁରୀ ଅନୁଷ୍ଠାନ ଠାରେ ପଶ୍ଚିମ ଓଡିଶା ର ଜନତା ହୃଦୟର ସୋର କୁହାଯାଉଥିବା ତଥା ପଶ୍ଚିମଓଡିଶା ର ଅଗ୍ରିମ ୟୁଟୁବ ଚେନେଲ ବିଗୁଲ ଟିଭି ର ବାର୍ଷିକ ଉତ୍ସବ ଓ ନୁଆଁଖାଇ ଭେଟ ଘାଟ ପାଳନ ପଇଁ ପ୍ରସ୍ତୁତି ବୈଠକ  ଅନୁଷ୍ଠିତ ହୋଇ ଯାଇଛି l ଚେନେଲ ର ଅଧ୍ୟକ୍ଷ ସନ୍ତୋଷ ମିଶ୍ର ଙ୍କ ଅଧ୍ୟକତା ରେ ହୋଇଥିବା ଏହି ବୈଠକ ରେ ଚୋଧୁରୀ ବିଭାର ସ୍ୱାଗତ ଭାଷଣ ଦେଇଥିବା ବେଳେ  ଦେବାଶିଷ ପଟ୍ଟନାୟକ ସ୍ଥାନୀୟ ଭୀମଭୋଇ କଳା ମଣ୍ଡପରେ ଏହି ଉତ୍ସବ ପାଳନ କରାଯିବା ସହ ଆଗାମୀ ଏହି କାର୍ଯ୍ୟକ୍ରମ କୁ କିପରି ଭାବେ ଶାନ୍ତି ଶୃଙ୍ଖଳା ରେ ପାଳନ କରାଯିବ ସେଦିଗରେ ଆଲୋକପାତ କରି ଥିଲେ l ଏହି ସଭା ରେ ପଏଁରୀ ସଭାପତି ଲଡ଼ୁ କିଶୋର ମଲ୍ଲିକ, ସମାଜସେବି ଶ୍ରୀବତ୍ସ ମଲ୍ଲିକ,ଆଡ଼ଭାଇଜର ଅଭିମନ୍ୟୁ କୁଶଳ, ମାନ ବେଦବାକ, ପଠାନ ପଣ୍ଡା, ଚନ୍ଦନ ଦନ୍ତା,ଅମୀୟ ଦାସ, ଶାନ୍ତନୁ ବାଗ, ଆନନ୍ଦ ପାତ୍ର, ପ୍ରଦ୍ୟୁମ୍ନ ସାହୁ, ପ୍ରଭାତ କିଶୋର ଦାନୀ, ଅଦିତ୍ୟ ପାଢ଼ୀ, ସୋମ୍ୟରଞ୍ଜନ ସେଠି, ଗୌରୀ ରଥ, ସୁଶାନ୍ତ ସାହୁ, ପୃଥ୍ୱୀରାଜ ବାଗ, ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ମତାମତ ଦେଇଥିଲେ l ପରେ ସନ୍ତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS