BREAKING
Loading...
:

ଜବାହାର ନବୋଦୟ ବିଦ୍ୟାଳୟ,ରେ ବୌଦ୍ଧ ରେ ଚାରୁ ଓ ଓ କାରୁକଳା ପ୍ରଦର୍ଶନୀ ଓ କର୍ମଶାଳା l

 ଜବାହାର ନବୋଦୟ ବିଦ୍ୟାଳୟ,ରେ ବୌଦ୍ଧ ରେ ଚାରୁ ଓ ଓ କାରୁକଳା ପ୍ରଦର୍ଶନୀ ଓ କର୍ମଶାଳା l




 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟ ରେ ଚାରୁ ଓ କାରୁ କଳା ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମ କୁ ଜବାହାର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଜୋଲି ଟୋମି ଉଦଘାଟନ କରିଥିଲେ l ଜବାହାର ନବୋଦୟ ବିଦ୍ୟାଳୟ ର କଳା ଶିକ୍ଷକ ଅଲେଖ ଚନ୍ଦ୍ର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଛାତ୍ର ଛାତ୍ରୀ ଙ୍କର ସୃଜନାତ୍ମକ ବିକାଶ ନବୀନତା ତଥା ଭିନ୍ନତାର ପରିପ୍ରକାଶ ନିମନ୍ତେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜବାହାର ନବୋଦୟ ବୌଦ୍ଧର 460 ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ପଡୋଶୀ ଉଚ୍ଚପ୍ରାଥମିକ କନକପୁର ବିଦ୍ୟାଳୟ ର  ତିନି ଜଣ ଶିକ୍ଷକ ତଥା ପଚାଶ ଜଣ ଛାତ୍ର ଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଓ ଶେଷରେ ଅଧ୍ୟକ୍ଷା ଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ।  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS