BREAKING
Loading...
:

ପଥଚାରୀ କଂ ପାଇ ବିପଦ, ଧସୁଛି ପାହାଡ, ଖସୁଛି ଟନ୍ ଟନ୍ ଓଜନର ପଥର

 ପଥଚାରୀ କଂ ପାଇ ବିପଦ, ଧସୁଛି ପାହାଡ, ଖସୁଛି ଟନ୍ ଟନ୍ ଓଜନର ପଥର


★  ଆସନ୍ନ ବିପଦର ଆଁ ଭିତରେ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ର ଯାତ୍ରୀ । 


★ ଭୂମି ରେ ଲୋଟିବ ଶହଶହ ଶାଳଗଛ


★ ନିଘୋଡ଼ ନିଦ୍ରାରେ ଜାତୀୟ ରାଜପଥ ପ୍ରାଧିକରଣ


ଦଶପଲ୍ଲା ( ମଣିଭଦ୍ରା ଖବର) ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗ କରୁଥିବା, ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଏବେ ଯାତ୍ରୀଙ୍କ ପାଇଁ ପାଲଟିଯାଇଛି ଅସୁରକ୍ଷିତ ରାଜପଥ । ଏହି ଜାତୀୟ ରାଜପଥ ଟି ନୟାଗଡ଼ ଜିଲ୍ଲା ର ମଧ୍ୟସ୍ଥଳରେ , ବିଜିପୁର ଠାରୁ ନୟାଗଡ଼, ଦଶପଲ୍ଲା,ବାଣୀଗୋଛା ଦେଇ କାମିଟିପଂଗା ପର୍ଯ୍ୟନ୍ତ ବହୁ ବଣ,ପାହାଡ ଅତିକ୍ରମ କରି , ପ୍ରାୟ ୮୫ କିଲୋମିଟର ରହିଥିବା ବେଳେ, ପ୍ରତିଦିନ ଏହି ରାସ୍ତାର ହଜାର ହଜାର ଗାଡି ମଟର ଯାତାୟାତ କରିଥାଏ । ଜାମୁସାହି ଓ କୁଲୁରୁକୁମ୍ପା ମଧ୍ୟସ୍ଥଳରେ ଥିବା ବାଣୀବିରି ଘାଟି ରେ ପାହାଡ ଧସିବା, ବଡବଡ ଶାଳଗଛ ଉପୁଡି ରାସ୍ତା ଉପରେ ପଡିବା ଯୋଗୁଁ ,ଛୋଟବଡ ଦୁର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହୋଇଥାଏ । ଶହଶହ ଟନ୍ ଓଜନର ବିରାଟ ବିରାଟ ପଥର ,ଅତ୍ୟୁଚ୍ଚ ପାହାଡ ଉପରୁ ଖସି ରାସ୍ତା ଉପରେ ପଡିବା ଯୋଗୁଁ ଅଧିକାଂଶ ସମୟ ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଘଣ୍ଟା ଘଣ୍ଟା ଧରି ଅବରୋଧ ହେବା ଯୋଗୁଁ ଶହଶହ ଗାଡି ମଟର ଓ ପଥଚାରି ହଇରାଣ ହରକତ ହୋଇଥାନ୍ତି ।  ବିଭାଗୀୟ ଉଦାସୀନତା ଓ ନିର୍ମାଣକାରୀ  ଠିକା ସଂସ୍ଥାର ଉପର  ଠାଉରିଆ ମନୋଭାବ ଯୋଗୁଁ ଏହି ରାସ୍ତା ପଥଚାରି କଂ ପାଇଁ ପାଲଟିଛି ମରଣଯନ୍ତା । ତେବେ ଦେଖିବାକୁ ବାକିରହିଲା, କେବେ ସୁଧୁରୁଛି ଏ ରାସ୍ତାର ଅବସ୍ଥା । 




ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋଟ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS