କିଶୋର ପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
ଗଣିଆ (ମଣିଭଦ୍ରା ଖବର) ଗଣିଆ ବ୍ଲକ କିଶୋର ପ୍ରସାଦ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୋଷାକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ସ୍ଥାୟୀ ସଭାପତି ପ୍ରମୋଦ କୁମାର ପୃଷ୍ଟିଙ୍କ ସଭାପତିତ୍ବରେ ଏହି ଉତ୍ସବରେ ସିଆରସିସି ଶୁକଦେବ ରାଉତ,ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରଶ୍ମି ରଞ୍ଜନ ବେହେରାଙ୍କ ସମେତ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ । ଉକ୍ତ ବିଦ୍ୟାଳୟର ୨୬୦ ଜଣ ଛାତ୍ର ଛାତ୍ରୀଙ୍କୁ ୨ ହର ଲେଖାଏଁ ପୋଷାକ ଏବଂ ଯୋତା ବଣ୍ଟନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ପ୍ରତିଦିନ ଯୋତା ପିନ୍ଧିବା ପୋଷାକ ସଫା କରି ସବୁଦିନ ପରିସ୍କାର ପରିଚ୍ଛନ୍ନ ରହିବାକୁ ସଭାପତି ପରାମର୍ଶ ଦେଇଥିଲେ ।
ମଣିଭଦ୍ରା ଖବର, ଗଣିଆ ନୟାଗଡ଼
Post a Comment