ନୀଳାଦ୍ରିପୁର କ୍ଲଷ୍ଟର ରେ ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରି ପୁର କ୍ଲଷ୍ଟର ରେ ଥିବା ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସି ଆର୍ ସି ସି ବିଜୟ କୁମାର ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷକ ଧୀରେନ୍ଦ୍ର କୁମାର ସାହୁ,ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଶିକ୍ଷକ ମଦନ ମୋହନ ପ୍ରଧାନ ଏବଂ ସମ୍ମାନୀତ ଅତିଥି ଭାବେ ଶିକ୍ଷକ ବ୍ରଜବନ୍ଧୁ ବେହେରା,ଉମେଶ ଚନ୍ଦ୍ର ପରିଡା,ଶରତ କୁମାର ରାଉତ,ବନମାଳୀ ପ୍ରଧାନ, ଶିକ୍ଷୟତ୍ରୀ ମମତା ଦେଇ,ରଜନୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। କ୍ଲଷ୍ଟର ତରଫରୁ ଅତିଥି ମାନଙ୍କ ଦ୍ଵାରା ମାଲିସର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ନିର୍ମଳା କୁମାରୀ ଦେଇ ଏବଂ ଡାକ ଢୋଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁ ଙ୍କୁ ମାନପତ୍ର ,ଉତ୍ତରୀୟ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଶିକ୍ଷକ ପ୍ରକାଶ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ସ୍ବାଗତ ସଙ୍ଗୀତ ଶିକ୍ଷକ ଶ୍ରୀଧର ବେହେରା ଏବଂ ଧନ୍ୟବାଦ୍ ପ୍ରଦାନ କରିଥିଲେ ଶିକ୍ଷକ ଦେବବ୍ରତ ଶତପଥି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment