BREAKING
Loading...
:

ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା -

 ବିଚାରଧୀନ ବନ୍ଦୀଙ୍କ ଶିଶୁ ଚି଼ହ୍ନଟ ଓ ପରାମର୍ଶ କର୍ମଶାଳା -



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୁବର୍ଣ୍ଣପୁର ଜିଲ୍ଳା ଶିଶୁ ସୁରକ୍ଷା ବିଭାଗ ଦ୍ୱାରା ସୋନପୁର ଉପକାରାଗାରରେ କଏଦୀ ଓ କର୍ମଚାରୀ ମାନଙ୍କୁ ନେଇ ଏକ ପରାମର୍ଶ କର୍ମଶାଳା ତଥା କଏଦୀ ମାନଙ୍କ ସମ୍ବେଦନଶୀଳ ଶିଶୁ ଚି଼ହ୍ନଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ସୋନପୁର ସବଜେଲ ସୁପରିଟେଣ୍ଡେଣ୍ଟ ଡିଲେଶ୍ୱର ଜେନା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କର୍ମଶାଳା ରେ ଏକ୍ସପାର୍ଟ କମିଟି ସଭ୍ୟ ନୀଳାମ୍ବର ଶତପଥୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିଶୁ ମାନଙ୍କ କଲ୍ୟାଣ ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ବିଷୟରେ ବୁଝାଇଥିଲେ l କର୍ମଶାଳାରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ନୂତନ ଭାବରେ ଆରମ୍ଭ କରାଯାଇଥିବା କାରାଗାର ଶିଶୁ ମଙ୍ଗଳ ଯୋଜନା ବିଷୟରେ ଜିଲ୍ଳା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାଶ ଉପସ୍ଥାପନା କରିଥିଲେ l ଏହି ଅବସରରେ କାରାଗାର ଅନ୍ତେବାସୀ ମାନଙ୍କ ବିପଦ ସଂକୁଳ ଅବସ୍ଥାରେ ଥିବା ଶିଶୁଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା  l ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟକ୍ରମ ଅଧିକାରୀ ଅନିତା ଗୁରୁ,ଜେଲ ପରିସରରେ ଥିବା 0 ରୁ ୬ ବର୍ଷ ଶିଶୁଙ୍କ ପାଇଁ ଆଇ ସି ଡି ଏସ ରେ ଥିବା ବ୍ୟବସ୍ଥା ବିଷୟରେ ବୁଝାଇଥିଲେ l ଶିଶୁ ମଙ୍ଗଳ କମିଟିର  ଭାରପ୍ରାପ୍ତ ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ ଜେଲ ଅନ୍ତେବାସୀ ଙ୍କ ଜୀବନଚର୍ଯା ବିଷୟରେ ଆଲୋଚନା କରିଥିଲେ l କମିଟି ସଦସ୍ୟ ରଞ୍ଜିତା ସାହୁ ଶିଶୁ ମଙ୍ଗଳ କମିଟିର ଦାୟିତ୍ୱ ଓ ଭୂମିକା ଉପରେ ବୁଝାଇଥିଲେ l ଜିଲ୍ଳା ଶିଶୁ ସୁରକ୍ଷା ବିଭାଗର ଆଇନ ଅଧିକାରୀ କେଶବ ମେହେର ଶିଶୁଙ୍କ ତାଲିକା କରିବା ସହ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ଜେଲ କର୍ମଚାରୀ ସହଯୋଗ କରିଥିଲେ l ଏହି ଅବସରରେ କାରାଗାର ରେ ଥିବା ୫ ଜଣ  ଛଅ ମାସରୁ ଉର୍ଦ୍ଧ ଦିନ ଥିବା ଅନ୍ତେବାସୀ ଙ୍କ ୧୧ ଜଣ ଶିଶୁଙ୍କୁ ଚି଼ହ୍ନଟ କରାଯାଇଛି l  


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS