BREAKING
Loading...
:

ଦଶପଲ୍ଲା ଏନ୍ଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ

 ଦଶପଲ୍ଲା ଏନ୍ଏସିରେ ସ୍ୱାୟତ୍ତଶାସନ ଦିବସ ପାଳିତ



ଦଶପଲ୍ଲା (ମଣିଭଦ୍ରା ଖବର)

ନିଜେ ନିଜକୁ ଶାସନ କରିବା କିମ୍ବା ଶାସନକୁ ନିଜ ଆୟତ୍ତ ରେ ରଖିବା ହିଁ ସ୍ୱାୟତ୍ତ ଶାସନ । ବ୍ଲକ୍ ସ୍ତରରେ କରାଯାଉଥିବା କାର୍ଯ୍ୟ ଯାହା ଉପର ସ୍ତରରୁ ଆସେ। କିନ୍ତୁ  ପୌରପରିଷଦରେ ନିତି ନିର୍ଧାରଣ କମିଟି , କାଉନସିଲର ମାନେ ବସି ଯାହା ସ୍ଥାନୀୟ ଲୋକଙ୍କ ପାଇଁ ପ୍ରଯୁଜ୍ୟ ସେ ସବୁ କାର୍ଯ୍ୟ କରାଯାଇଥାଏ ।ଏନ୍ଏସିରେ ସ୍ବଚ୍ଛତା,ପାନୀୟଜଳ,ରାସ୍ତାଘାଟ,ଆଲୋକୀକରଣ,  ଖାଉଟି କଲ୍ୟାଣ ଆଦି ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଏ। ଆଜି ୨୦୨୨ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ରମେଶ ଚନ୍ଦ୍ର ବେହେରା କହିଲେ ମାତ୍ର ୭ବର୍ଷର ଦଶପଲ୍ଲା ଏନ୍ଏସି ଅନ୍ୟ ମାନଙ୍କ ଠାରୁ ଆଗରେ ଅଛି ।ଲୋକେ ତାର ସୁଫଳ ପାଇବାକୁ ଲାଗିଲେଣି।ଅଧ୍ୟକ୍ଷାଇଂ.ପୁନମ୍ ପ୍ରିୟଦର୍ଶିନୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସଭାରେ ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର,ପୂର୍ବତନ ଅଧ୍ୟକ୍ଷା ବବିତା ସାହୁ, ପୂର୍ବ ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର  ସାହୁ,ଅତିରିକ୍ତ ତହସିଲଦାର ପ୍ରକାଶ ସେଠ୍ ଉପସ୍ଥିତ ରହି ବିଭାଗୀୟ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS