ଜିଲ୍ଲା ପ୍ରଶାସନ ଦ୍ୱାରା କ୍ରୀଡା ସପ୍ତାହର ଶୁଭାରମ୍ଭ -
ପାୱାର ଲିଫଟିଙ୍ଗ କରି କ୍ରୀଡା ର ଶୁଭାରମ୍ଭ କଲେ ଜିଲ୍ଲାପାଳ -
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ଜାତୀୟ କ୍ରୀଡା ଦିବସ ପରିପ୍ରେକ୍ଷୀରେ ଜିଲ୍ଳା ପ୍ରଶାସନ ତରଫରୁ ଅଗଷ୍ଟ ତା ୨୫ ରୁ ତା ୩0 ପର୍ଯ୍ୟନ୍ତ ଜିଲ୍ଲାରେ ସପ୍ତାହ ବ୍ୟାପି ବହୁମୁଖୀ କ୍ରୀଡା ଆୟୋଜନ ସହ କ୍ରୀଡା ସପ୍ତାହ ପାଳନ କରାଯାଉଛି l ଗତକାଲି ଅପରାହ୍ନରେ କ୍ରୀଡା ସପ୍ତାହ ର ଶୁଭାରମ୍ଭ ପାୱାର ଲିଫଟିଙ୍ଗ ଇଭେଣ୍ଟ ରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓକ୍ସି ଜିମ ପଟାଭାଡ଼ି ଠାରେ ପାୱାର ଲିଫଟିଙ୍ଗ କରି କ୍ରୀଡା ସପ୍ତାହ ର ଶୁଭାରମ୍ଭ କରିଛନ୍ତି l ଏହି କ୍ରୀଡା ସପ୍ତାହ ଅବସରରେ ଜିଲ୍ଳା ପ୍ରଶାସନ ତରଫରୁ ବହୁମୁଖୀ କ୍ରୀଡା ଆୟୋଜନ କରାଯାଉଥିବା ବେଳେ ଆସନ୍ତା କାଲି ତା 27/08/22ରେ ଟ୍ରାକ ଓ ଫିଲଡ଼ ଇଭେଣ୍ଟ ସହ ଖୋକୋ, କବାଡି, ବେଡ଼ମୀଣ୍ଟନ ପ୍ରଭୁତି ଅନୁଷ୍ଠିତ ହେବ l ତା 28/08/22 ରେ ପୁନଶ୍ଚ ବେଡ଼ମୀଣ୍ଟନ ସହ ଚେସ, ବକ୍ସିଂ, ସ୍ବିମିଙ୍ଗ ଏବଂ ତା 29/08/22 ରେ ଟାଇକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହେବ l ଅନୁଷ୍ଠିତ ପାୱାର ଲିଫଟିଙ୍ଗ ଇଭେଣ୍ଟ ର ମହିଳା ବର୍ଗରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ,ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ସହ 20 ପ୍ରତିଭାଗୀ ଓ ପୁରୁଷ ବର୍ଗରେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ,ବାଲ୍ୟ ବିବାହ ପରାମର୍ଶ ଦାତା ରାକେଶ ପ୍ରଧାନ ସହ 30 ପୁରୁଷ ପ୍ରତିଭାଗୀ ଅଂଶଗ୍ରହଣ କରିଥିଲେ l ଆଜିର ଏହି ଉଦଘାଟନୀ ତଥା କ୍ରୀଡା ସପ୍ତାହ ର ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ନିଶି ପୁନମ ମିଞ୍ଜ, ଆଞ୍ଚଳିକ ପରିବହନ ଅଧିକାରୀ ରବୀନ ପଟ୍ଟନାୟକ,,ଉପଜିଲ୍ଲାପାଳ ବୀର ମହାରାଜପୁର ଅଶୋକ ଭୋଇ, ତହସିଲଦାର ନବୀନ କିଶୋର ପାଢ଼ୀ, ଜିଲ୍ଳା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ, , ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତ ଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପାୱାର ଲିଫ୍ଟର ଉଦ୍ଧବ ମେହେର, ମାମି ମେହେର, ପ୍ରସାଦ ଭବାନୀ ଶଙ୍କର ସାହୁ, ପୃଥ୍ଵୀରାଜ ମଲ୍ଲିକ, ଓନୀଲ ନାଏକ ପ୍ରମୁଖ ପାୱାର ଲିଫଟିଙ୍ଗ ଇଭେଣ୍ଟ ର ପରିଚାଳନା କରିଥିବା ବେଳେ ଜିମ ର ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment