ସୁବର୍ଣ୍ଣପୁର ରେ ସମ୍ବଲପୁରୀ ଦିନ ପାଳିତ
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଆଜି ସକାଳ ୭.୩୦ଘଣ୍ଟା ସମୟରୁ ସ୍ଥାନୀୟ ରୋୟାଲ ପଡିଆ ଠାରେ ପଶ୍ଚିମ ଓଡ଼ିଶାର ଯୁବାମଞ୍ଚ ସୁବର୍ଣ୍ଣପୁର ଜିଲ୍ଲାଶାଖା ଓ ସହର ବାସୀ ଙ୍କ ମିଳିତ ଉଦ୍ୟମରେ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବରେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ଏଥିପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ୟରେ ବିଗତ ଦୁଇଦିନଧରି ଏହି ଦିବସ ପାଳନର ତାତ୍ପର୍ଯ୍ୟ ସହ ସହରବାସୀଙ୍କୁ ଉକ୍ତ ଦିନ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର ପ୍ରସାର କରାଯାଇଥିଲା ଯାହାର ପରିଣାମରେ ଆଜି ସକାଳୁ ହଜାର ହଜାର ଦର୍ଶକ ସମ୍ବଲପୁରୀ ବସ୍ତ୍ର ପରିଧାନକରି ଉତ୍ସବ ସ୍ଥଳରେ ମଧ୍ୟାହ୍ନ ପର୍ଯ୍ୟନ୍ତ ନାଚଗୀତ ର ଭରପୁର ମଜା ଉଠାଇଥିଲେ। ଆଜିକାର ପ୍ରାରମ୍ଭିକ ଉଦଘାଟନି ସଭାରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣ ପୁର ଏସପି ଅମରେଶ ପଣ୍ଡା, ସମ୍ମାନିତ ଅତିଥି ଭାବରେ ଏଡିଏମ୍ ସୂର୍ଯ୍ୟ ନାରାୟଣ ଦାଶ,ପ୍ରାଧ୍ୟାପକ ଡ,ପୁରୁଷୋତ୍ତମ ମିଶ୍ର,ତରୁଣ ବହିଦାର ,ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ,ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଭ୍ୟ ଶାସ୍ୱତ କୁମାର ତ୍ରିପାଠୀ,ଯୋଗଦେଇ ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ଜନ୍ମ ଦିନକୁ ସମ୍ବଲପୁରୀ ଦିନ ଭାବରେ ପାଳନ କରାଯାଉଥିବା ଯୋଗୁଁ ଆୟୋଜକ ବନ୍ଧୁ ମାନଙ୍କୁ ପ୍ରଶଂସା କରି ସମସ୍ତେ ସଚେତନ ରହି ଏ ଭାଷାର ପ୍ରଚାର ପ୍ରସାର ସହ ଭାଷାର ଉତ୍କର୍ଷତା ଓ ଅସ୍ମିତାକୁ ବଜାୟ ରଖିପାରିଲେହିଁ ଏହାହିଁ ହେବ ଗୁରୁଙ୍କ ପାଇଁ ଉଚିତ ସମ୍ବର୍ଦ୍ଧନା ବୋଲି ପ୍ରକାଶ କରିଥିଲେ। ଏ ଅବସରରେ ଗୁରୁଶ୍ରୀ ବହିଦାରଙ୍କ ନାତି ତରୁଣ ବହିଦାର ଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ହିମାଂଶୁ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦେବାଶିଷ ପଟ୍ଟନାୟକ, ସନ୍ତୋଷ ମେହେର, ତିୱ।ନି ଦାନି,ଭାଗିରଥି ମିଶ୍ର,ପ୍ରମୁଖ ସହଯୋଗ କରିଥିଲେ।ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁବର୍ଣ୍ଣପୁର ଜିଲ୍ଲାର ଅନେକ କଳାକାର ଯୋଗଦେଇ ନାଚଗୀତ ମାଧ୍ୟମରେ ସମସ୍ତ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ। ଆଜିର ଏହିଦିନକୁ ଆହୁରି ସୃତିମୟ କରିବା ପାଇଁ ଆୟୋଜକ କମିଟି ପକ୍ଷରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment