BREAKING
Loading...
:

ଦଶପଲ୍ଲାରେ ଜୋତା ତିଆରି ତାଲିମ୍ ଆରମ୍ଭ

 ଦଶପଲ୍ଲାରେ ଜୋତା ତିଆରି ତାଲିମ୍ ଆରମ୍ଭ 



ଦଶପଲ୍ଲା (ମଣିଭଦ୍ରା ଖବର)ରାଜ୍ୟ ସରକାରଙ୍କ ଗ୍ରାମୋଦ୍ଯୋଗ ବିକାଶ ଯୋଜନା ମାଧ୍ୟମରେ କେ. ଭି .ଆଇ.ସି. ଙ୍କ ସହାୟତାରେ  ଦଶପଲ୍ଲାର  ଚମଡା କାରିଗର ମାନଙ୍କ ପାଇଁ  ଏକ ତାଲିମ୍ କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇଛି । ସମୟ ଥିଲା ଦଶପଲ୍ଲା ତିଆରି ଚମଡ଼ା ଜୋତା କେବଳ ରାଜ୍ୟ ଭିତରେ ନୂହେଁ  ସମଗ୍ର ଭାରତ ବର୍ଷରେ ପ୍ରସିଦ୍ଧି ଲାଭ କରିଥିଲା ।କାରିଗର ମାନଙ୍କର ଗୋଟିଏ କୋଅପରେଟିଭ ସୋସାଇଟି ଥିଲା । ତାର  ପରିଚାଳନା ଦାୟିତ୍ବ ପଞ୍ଚାୟତ ଇଣ୍ଡଷ୍ଟ୍ରି ଅଫିସର (ପିଆଇଓ) ମାନେ ନେଉଥିଲେ । କାଳକ୍ରମେ ପିଆଇଓଙ୍କ ବଦଳି ପରେ ପୋଷ୍ଟ  ଖାଲି ପଡିଲା।  କାରିଗର ମାନେ ତିଆରି ଜିନିଷ           ସୋସାଇଟିକୁ ନଦେଇ ନିଜେ ବିକିଲେ । ଡିଆଇସି ଜରିଆରେ ବାହାର ରାଜ୍ୟର ମେଳା ମାନଙ୍କୁ ଗଲେ ବି  ଲାଭାଂଶ ସୋସାଇଟିକୁ ଆସିଲାନି । ଧିରେ ଧିରେ  ସୋସାଇଟି ବନ୍ଦ ହେଇଗଲା। କିନ୍ତୁ ଏବେବି ଦଶପଲ୍ଲା ଚମଡା ଜୋତାର ଚାହିଦା ରହିଛି । ଯାହେଉ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଚେଷ୍ଟାରେ ଆଜି ତାର ଏକ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ କାରିଗର ପରିବାର ମାନେ ଖୁସି ବ୍ୟକ୍ତ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପି.ଡି ସୁବାଷ ଚନ୍ଦ୍ର ରାୟ, ଏନ୍ଏସି ଅଧ୍ୟକ୍ଷା ଇଂ . ପୁନମ୍ ପ୍ରିୟଦର୍ଶିନୀ , କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବବ୍ରତ କର, ଏନ୍ଏସି ଉପାଧ୍ୟକ୍ଷ କିଶୋର ଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ  । ତାଲିମ୍ ପରେ ସେମାନଙ୍କୁ ଋଣ ସହାୟତା ଯୋଗାଇ ଦେବା ପାଇଁ ଯୋଜନା ରହିଥିବା ଜଣାଯାଇଛି । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS