ମିଶନ ଶକ୍ତି କାଫେ ଉଦଘାଟିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୌଦ୍ଧ ଜିଲ୍ଲା ରେ ଦୁଇଟି ମିଶନ ଶକ୍ତି କାଫେ ଗୋଟିଏ ଗଜରାଜପୁର ଓ ଅନ୍ୟଟି ମହାନଦୀ ବିହାର ପାର୍କ ଠାରେ ଗତକାଲି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ମାନ୍ୟବର ମନ୍ତ୍ରୀ ପଞ୍ଚାୟତି ରାଜ, ଜଙ୍ଗଲ ପରିବେଶ ବିଭାଗ ଓ ସୂଚନା ଓ ଲୋକ ସମ୍ପର୍କ,ମାନନୀୟ କଣ୍ଟାମାଳ ବିଧାୟକ ଶ୍ରୀଯୁକ୍ତ ମହୀଧର ରଣା ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଛି.l ଏହି ମିଶନ ଶକ୍ତି କାଫେ ଏସଏଚଜି ର ମହିଳା ସଦସ୍ୟା ମାନ ଙ୍କ ଦ୍ୱାରା ପରିଚାଳିତ ହେବ ଏବଂ ଏଥିରେ ସୁସ୍ୱାଦୁ ଭୋଜନ ଜଳଖିଆ ଓ ଚା କଫି ର ବ୍ୟବସ୍ଥା ରହିବ.l ଗଜରାଜପୁର କାଫେ ର ଉଦ୍ଘାଟନୀ ଉତ୍ସବ ମୁଖ୍ୟ ବିକାଶ ଅଧିକାରୀ - ଜିଲ୍ଲା ପରିଷଦ, ସଭାପତି - ଜିଲ୍ଲା ପରିଷଦ, ବିଡ଼ିଓ ବୌଦ୍ଧ, ସରପଞ୍ଚ ମନୁପାଲି, ଡିପିସି ମିଶନ ଶକ୍ତି, ଡିପିଏମ ମିଶନ ଶକ୍ତି ଓ ବ୍ଲକ ସ୍ତରୀୟ ଅଧିକାରୀ ଗଣ ତଥା ବ୍ଲକ ସ୍ତରୀୟ ମହାସଂଘ ର ସଦସ୍ୟା ମାନେ ଉପସ୍ଥିତ ଥିଲେ.l ଏହା ବ୍ୟତୀତ ସ୍ଥାନୀୟ ଏସଏଚଜି ର ମହିଳା ମାନେ ଓ ଗ୍ରାମବାସୀ ଗଣ ଉପସ୍ଥିତ ଥିଲେ.l ସେହିପରି ମହାନଦୀ ବିହାର ପାର୍କ ମିଶନ ଶକ୍ତି କାଫେ ର ଉଦ୍ଘାଟନୀ ଉତ୍ସବ ରେ ଜିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ ଓ ବିଜ୍ଞାପିତ ଅଂଚଳ ପରିଷଦ ର ଅଧିକାରୀ ଗଣ ଉପସ୍ଥିତ ଥିଲେ.l ଏସଏଚଜି ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ସୁସ୍ୱାଦୁ ପିଠା ଓ ଜଳଖିଆ ସମସ୍ତ ଅତିଥିଗଣ ଓ ସର୍ବସାଧାରଣ ରେ ବଣ୍ଟନ କରାଯାଇଥିଲା l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment