ଦଶପଲ୍ଲା ବିଧାୟକଙ୍କ ପ୍ରଚେଷ୍ଟାରେ ନୟାଗଡ ଜିଲ୍ଲାକୁ ମିଳିବ ୭ ଦିନ ରିଲିଫ, " ମଣିଭଦ୍ରା ଖବ"ର ପ୍ରଥମେ ଖବର ପ୍ରସାରଣ କରିଥିଲା
ଭୂବନେଶ୍ବର (ମଣିଭଦ୍ରା ଖବର) ବନ୍ୟାଞ୍ଚଳ ପରିଦର୍ଶନ ପରେ ୧୦ ଜିଲ୍ଲାକୁ ୧୫ ଦିନ ପାଇଁ ରିଲିଫ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିମଧ୍ୟରୁ ୫ ଜିଲ୍ଲାକୁ ୧୫ ଦିନ ଏବଂ ୫ ଜିଲ୍ଲାକୁ ୭ ଦିନ ପାଇଁ ରିଲିଫ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଜିଲ୍ଲାକୁ ୧୫ ଦିନ ପାଇଁ ଏବଂ ସମ୍ବଲପୁର,ବରଗଡ଼, ସୋନପୁର,ବୈଦ୍ଧ, ଅନୁଗୁଳ ଜିଲ୍ଲାକୁ ୭ ଦିନ ପାଇଁ ରିଲିଫ ବଣ୍ଟନ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ତେବେ ନୟାଗଡ ଜିଲ୍ଲାର ଗଣିଆ, ଭାପୁର ଏବଂ ଖଣ୍ଡପଡ଼ା ବ୍ଳକରେ ଗତ ୬ ଦିନ ଧରି ବନ୍ୟା ଜଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇ ରହିଥିଲା । ଗଣିଆ ବ୍ଳକର ୪୧ଟି ଗ୍ରାମ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ରିଲିଫ ପାଇବାରୁ ନୟାଗଡ ଜିଲ୍ଲାକୁ ବାଦ୍ ଦେବା ଫଳରେ ଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ଏ ନେଇ ଗତ ୧୮ ତାରିଖରେ ପ୍ରଥମେ "ମଣିଭଦ୍ରା ଖବର"ରେ ଖବର ପ୍ରକାଶିତ ହୋଇଥିଲା ।
ନୟାଗଡ ଜିଲ୍ଲା ଗଣିଆ ଏବଂ ଖଣ୍ଡପଡ଼ା ବ୍ଲକ୍ ର ବହୁ ପଞ୍ଚାୟତ ମହାନଦୀ ର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।ରାଜ୍ୟ ସରକାରଙ୍କ ଙ୍କ ତରଫରୁ ୧୦ ଟି ଜିଲ୍ଲାକୁ ରିଲିଫ୍ ଘୋଷଣା କରାଯାଇଥିବା ବେଳେ ନୟାଗଡ ଜିଲ୍ଲା ବାଦ୍ ପଡ଼ିଥିଲା।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବନ୍ୟା ପରିସ୍ଥିତି ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ରିଲିଫ୍ ସହାୟତା ପାଇଁ ନିବେଦନ କରିଥିଲେ।ତାହା ସଫଳ ହୋଇଛି।ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ରିଲିଫ୍ କମିଶନର ଙ୍କ କାର୍ଯ୍ୟାଳୟ ରୁ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ୭ ଦିନ ରିଲିଫ୍ ସହାୟତା କରିବା ପାଇଁ ଅଗଷ୍ଟ ୧୯ ତାରିଖ ଚିଠି ନଂ ୪୭୩୯ ରେ ନୟାଗଡ ଜିଲ୍ଲାପାଳ ଙ୍କୁ ଚିଠି କରାଯାଇଛି ।ଏହି ଖବର ପ୍ରକାଶିତ ହେବା ପରେ ବନ୍ୟା ପ୍ରଭାବିତ ଲୋକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ଖବର ଜଣାପଡିବା ପରେ ନୟାଗଡ଼ରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ଦଶପଲ୍ଲା ବିଧାୟକଙ୍କ ଏଭଳି ପ୍ରଚେଷ୍ଟାକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି । ବିଧାୟକ କଥାରେ ନୁହେଁ କାମରେ କରି ଦେଖାନ୍ତି ବୋଲି ଲୋକେ ଆଲୋଚନା କରିଛନ୍ତି । ଗଣିଆ ବିଜୁ ଜନତା ଦଳର ଗଣିଆ ବ୍ଳକ ସଭାପତି ସଦାଶିବ ମିଶ୍ର ଏବଂ ପୂର୍ବତନ ବ୍ଳକ ଅଧ୍ୟକ୍ଷ ଶେଷଦେବ ସ୍ବାଇଁ ବିଧାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment