BREAKING
Loading...
:

ସହିଦନଗର ପ୍ରତିଭା ମହାସଂଘ ତରଫରୁ ପିପିଲିରେ ରିଲିଫ ବଣ୍ଟନ

 ସହିଦନଗର ପ୍ରତିଭା ମହାସଂଘ ତରଫରୁ ପିପିଲିରେ ରିଲିଫ ବଣ୍ଟନ




ଭୂବନେଶ୍ବର (ମଣିଭଦ୍ରା ଖବର) ଭୂବନେଶ୍ବର ସହିଦ ନଗର ପ୍ରତିଭା ମହାସଂଘ ତରଫରୁ ପିପିଲିରେ ରିଲିଫ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବନ୍ୟାରେ ବିଶେଷ ଭାବେ ପ୍ରଭାବିତ ହୋଇଥିବା ପିପିଲି ଅଞ୍ଚଳରେ ପ୍ରତିଭା ମହାସଂଘର ମହିଳାଙ୍କ ସମେତ ୩୦ନମ୍ବର ଓ୍ବାର୍ଡ କର୍ପୋରେଟର ରାଜକିଶୋର ଦାସ ପହଞ୍ଚି ପ୍ରାୟ ୧୬୦ଟି ପରିବାରକୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ । ସେଠାରେ ରହୁଥିବା ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ବଣ୍ଟନ କରାଯାଇଥିଲା । ମହାସଂଘର ଏଭଳି କାର୍ଯ୍ୟକୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି ‌‌। ବନ୍ୟା ପ୍ରପୀଡ଼ିତ ଜନସାଧାରଣଙ୍କ ବିପଦ ସମୟରେ ପ୍ରତିଭା ମହାସଂଘ ସହଯୋଗର ହାତ ବଢ଼ାଇଥିବାରୁ ପିପିଲିବାସୀ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । 


 ରିପୋର୍ଟ ପ୍ରଜ୍ଞାଦିପ୍ତୀ ପାତ୍ର,ଭୂବନେଶ୍ବର

 

Post a Comment

Previous Post Next Post
Header ADS