BREAKING
Loading...
:

ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଶ୍ମିତା ବେହେରା ବ୍ଳକ ଟପ୍ପର

 ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ, ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରଶ୍ମିତା ବେହେରା ବ୍ଳକ ଟପ୍ପର 




ଗଣିଆ (ମଣିଭଦ୍ରା ଖବର) ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ଜଣାପଡିଛି ।  ଚଳିତ ବର୍ଷ ଛାତ୍ରମାନଙ୍କ ଅପେକ୍ଷା ଛାତ୍ରୀ ମାନେ ଭଳ ରେଜଲ୍ଟ କରିଥିବା ଜଣାପଡିଛି ।   ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ରଶ୍ମିତା ବେହେରା ୫୩୭ ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି । ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୫୨ ଜଣ ପରୀକ୍ଷା ଦେଇଥିବା ବେଳେ ୧୩୫ ଜଣ ପାସ୍ କରିଛନ୍ତି ଏବଂ ୧୭ ଜଣ ଫେଲ୍ ହୋଇଛନ୍ତି । ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୬୮ ଜଣ, ଦ୍ବିତୀୟ ଶ୍ରେଣୀରେ ୨୪ ଜଣ ଏବଂ ତୃତୀୟ ଶ୍ରେଣୀରେ ୪୩ ଜଣ ପାସ୍ କରିଛନ୍ତି  । ସେହିପରି ଆରସି ସାମନ୍ତରାୟ ମହାବିଦ୍ୟାଳୟରେ ୫୯ ଜଣ ପରୀକ୍ଷା ଦେଇଥିବା ବେଳେ ୧୫ ଜଣ ପ୍ରଥମ ଶ୍ରେଣୀ,୨୫ ଜଣ ଦ୍ବିତୀୟ ଶ୍ରେଣୀ ଏବଂ ୧୮ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ଜଣେ ଫେଲ୍ ହୋଇଛନ୍ତି  ।  ଗଣିଆ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବ୍ଳକ ଟପ୍ପର ହୋଇଥିବା ରଶ୍ମିତା ବେହେରା  ତାଙ୍କ ସଫଳତାର ଶ୍ରେୟ ନିଜ କଲେଜର ଅଧ୍ୟାପକ ମାନଙ୍କୁ ଦେଇଥିବା ବେଳେ କଲେଜର ଅଧ୍ୟକ୍ଷ ଶ୍ୟାମାପ୍ରସାଦ ଦାଶ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । 
ରଶ୍ମିତା ଦିନକୁ ୮ ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରୁଥିବା ପ୍ରକାଶ କରିଥିବା ବେଳେ ତାଙ୍କ ପିତା ବାଉରୀବନ୍ଧୁ ବେହେରା ଜଣେ ସାମାଜିକ କର୍ମୀ ଭାବେ ବେଶ୍ ଜଣାଶୁଣା । ଝିଅର ଏଭଳି ସଫଳତାରେ ସେ ଅତ୍ୟନ୍ତ ଖୁସି ଥିବା ପ୍ରକାଶ କରିଛନ୍ତି । ଉକ୍ତ କଲେଜରେ ୧୮ ଜଣ ଛାତ୍ର ଛାତ୍ରୀ ୫ ଶହରୁ ଅଧିକ ମାର୍କ ରଖି ସଫଳତା ଅର୍ଜନ କରିଥିବା ଅଧ୍ୟକ୍ଷ ପ୍ରକାଶ କରିଛନ୍ତି । ତେବେ ବନମାଳୀ ବାରିକି ମହାବିଦ୍ୟାଳୟରେ ପରୀକ୍ଷା ଫଳ ସମ୍ପର୍କରେ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କୁ ପଚାରିବାରୁ ସେ ସଠିକ୍ ତଥ୍ୟ ଦେଇପାରିନଥିଲେ ।  

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS