BREAKING
Loading...
:

ଲଗାଣ ବର୍ଷା : ଭାସିଗଲା ବାଇକ, ଗଛପଡି ରାସ୍ତାବନ୍ଦ, ଭାଙ୍ଗିଲା ଘର କାନ୍ଥ ।

 ଲଗାଣ ବର୍ଷା : ଭାସିଗଲା ବାଇକ, ଗଛପଡି ରାସ୍ତାବନ୍ଦ, ଭାଙ୍ଗିଲା ଘର କାନ୍ଥ ।




ଦଶପଲ୍ଲା ( ମଣିଭଦ୍ରା ଖବର)ନୟାଗଡ ଜିଲ୍ଲାର ଦଶପଲ୍ଲା ବ୍ଲକ ରେ ଚାରିଦିନ ଧରି ଲାଗି ରହିଛି ବର୍ଷା । ଚାରିଦିନ ମଧ୍ୟରେ ଦଶପଲ୍ଲା ରେ ୨୨୦ ମିଲିମିଟର ବର୍ଷା ହୋଇଥିବା କୁଆଁରିଆ ଜଳଯ଼େଚନ ବିଭାଗ ରୁ ଜଣାପଡିଛି । ପୂର୍ବରୁ ଖୋଲାଯାଇଥିବା କୁଆଁରିଆ ଜଳ ଭଣ୍ଡାର ର ଦୁଇଟି ଗେଟ ସକାଳ ୫ ଘଣ୍ଟିକା ସମୟ ରେ ବନ୍ଦ କରାଯାଇଥିବା ବେଳେ ପୁନର୍ବାର ସକାଳ ୯ ଘଣ୍ଟିକା ରେ ଗୋଟିଏ ଗେଟ ଓ ମଧ୍ୟାହ୍ନ ୧ ଘଣ୍ଟିକା ରେ ଆଉଗୋଟିଏ ଗେଟ ଖୋଲା ଯାଇ ଜଳ ଭଣ୍ଡାର ରୁ ଜଳ ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ଫଳରେ ବିଭିନ୍ନ ନଦିନାଳ ରେ ବର୍ଷା ଜଳ ପ୍ରବାହିତ ହେଉଛି । ମଙ୍ଗଳବାର ଅପରାହ୍ନ ସମୟ ରେ ଦଶପଲ୍ଲା ଥାନା ସାକେନି ନିକଟ ବାଗଦେବୀ ନାଳରେ ସ୍ଥାନୀୟ ଲେମ୍ବୁଗୋଛା ଗ୍ରାମର ବିଶ୍ଵନାଥ କହଁର ଓ ମନୋଜ ମଳିକ ବାଇକ ରେ ଆସୁଥିବା ବେଳେ ନାଳର ଜଳ ସ୍ରୋତରେ ଭାସି ଯାଇଥିଲେ। ନିକଟସ୍ଥ ଲୋକମାନେ ଉଭୟ ବିଶ୍ଵନାଥ ଓ ମନୋଜ କୁ ଉଦ୍ଧାର କରିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ବାଇକ ର କୌଣସି ସନ୍ଧାନ ମିଳିପାରିନାହିଁ । ସେହିପରି ଲଗାଣ ବର୍ଷା ଫଳରେ ଦଶପଲ୍ଲା-ଭଞ୍ଜନଗର ରାସ୍ତାରେ ଏକ ବଡ ଶାଲଗଛ ପଡିଯିବାରୁ ଏହି ରାସ୍ତାରେ ୨ ଘଣ୍ଟା ଧରି ଗମନା ଗମନ ବନ୍ଦ ରହିଥିଲା । 





ଏହି ରାସ୍ତାର ଘୋଗଡ଼ ନିକଟ ଭୋଗରା ଠାରେ ରାସ୍ତା କଡରେ ଥିବା ଏକ ଶାଳ ଗଛ ପଡିଯିବାରୁ ରାସ୍ତା ର  ଉଭୟ ପାର୍ଶ୍ୱରେ ଗାଡ଼ି ମଟର ଅଟକି ରହିଥିବା ବେଳେ ଖବର ପାଇ ଦଶପଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ପହଂଚି ଗଛକାଟି ରାସ୍ତା ସଫା କରିଥିଲେ ।ପରେ ଗାଡି ଚଳା ଚଳ ସ୍ୱାଭାବିକ ହୋଇଥିଲା । ସେହିପରି ଲଗାଣ ବର୍ଷା ଯୋଂଗୁ ସୋମବାର ବିଳମ୍ବିତ ରାତିରେ ଦଶପଲ୍ଲା ଏନ ଏ ସି ର ହରିଡ଼ାବାଡି ଗ୍ରାମର ରମେଶ ସେଠି ଙ୍କ ଘର କାନ୍ଥ ଭାଙ୍ଗି ଯାଇଛି । ରମେଶ ଏହି ଘରକୁ ଭଡ଼ାରେ ଲଗାଇଥିବା ବେଳେ ଏହି ଘରେ ରୀଙ୍କୁ ପ୍ରଧାନ ଙ୍କ ପରିବାର ଭଡ଼ାରେ ରହୁଥିଲେ । ରୀଙ୍କୁ ଙ୍କ ପରିବାର ଘରେ ସୋଇଥିବା ବେଳେ ଘର କାନ୍ଥ ବର୍ଷା ପାଣିରେ ଭିଜି ଭୁଶୁଡି ପଡିଥିଲା ମାତ୍ର ରୀଙ୍କୁ ଙ୍କ ପରିବାର ଅଳ୍ପକେ ରକ୍ଷା ପାଇଯାଇଥିଲେ ।  । ବର୍ଷା କୁ ନେଇ ଚାଷୀ ମାନେ ଆନନ୍ଦିତ ଥିଲେମଧ୍ୟ ବର୍ଷା ଲାଗିରହିଲେ ବିଲରେ ଥିବା ତଳି ପଚିଯିବ ବୋଲି ଚାଷୀଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି । ବିଭିନ୍ନ ନଦି ନାଳରେ ବର୍ଷା ଜଳ ପ୍ରବାହିତ ହୋଇ ବନ୍ୟା ସୃଷ୍ଟି କରିଛି । 


ଦଶପଲ୍ଲା ରୁ ଚିତ ରଂଜନ ମିଶ୍ର ଙ୍କ ରିପୋ୍ଟ ମଣି ଭଦ୍ରା ଖବର,

Post a Comment

Previous Post Next Post
Header ADS