BREAKING
Loading...
:

ସଇତାନ ଶ୍ୟାମ ଗଲା ଜେଲ୍ ।ନିଜର 6 ମାସର ଶିଶୁକୁ କରିଥିଲା ହତ୍ୟା।

 ସଇତାନ ଶ୍ୟାମ ଗଲା ଜେଲ୍ ।ନିଜର 6 ମାସର ଶିଶୁକୁ କରିଥିଲା ହତ୍ୟା।




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ହିତାହିତ ଜ୍ଞାନ ଭୁଲି ପିଶାଚ ସାଜିଲା ବାପା । ନିଜର 6 ମାସର ଶିଶୁ କନ୍ୟାକୁ କଚାଡି ମାରିଦେବା ପରୀ ଏକ ଘଟଣା ବୌଦ୍ ଜିଲ୍ଲା କଣ୍ଟାମାଳ ଥାନା ଅଂଚଳରେ ଘଟି ଯାଇଛି।ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣ ପ୍ରସାଦ ଗ୍ରାମର ଲୋକନାଥ ସାହୁ ତାଙ୍କର ଝିଅ ଦିପାଞ୍ଜଳି ସାହୁ ଙ୍କୁ ବଲାଙ୍ଗୀର ଜିଲ୍ଲା ଚନ୍ଦନ ଭାଟି ଥାନା ଅନ୍ତର୍ଗତ କୁସଂଗ ଗ୍ରାମର ଶ୍ୟାମ ସୁନ୍ଦର ଖଟୁଆଙ୍କ ସହିତ ବିବାହ କରାଇଥିଲେ । ଉଭୟ ପତି ପତ୍ନୀ ସେଠାରୁ ଆସି ନାରାୟଣ ପ୍ରସାଦ ଗାଁରେ ନିଜ ଶଶୁର ଘରେ ରହୁଥିଲେ।ଗତ 6 ମାସ ହେବ ଗୋଟିଏ ଶିଶୁ କନ୍ୟା ତାଙ୍କର ଜନ୍ମ ହୋଇଥିଲା।କିନ୍ତୁ ଖୁସି ନ ଥିଲା ଶ୍ୟାମ ନିଜ ସ୍ତ୍ରୀ ର ଚରିତ୍ର ଉପରେ ସନ୍ଦେହ କରୁଥିଲା।ଗତକାଲି ଷୋମବାର ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ଧାରଣ କରିଥିଲା।ଏଥିରେ ଉତ୍କ୍ଷିପ୍ତ ହୋଇ ନିଜର ଜନ୍ମ କଲା ଅବୋଧ ଶିଶୁକୁ ତଳେ କଚାଡି ମାରିଦେଇଥିବା ବେଳେ ଗାଁ ଲୋକେ କଣ୍ଟାମାଳ ଥାନାକୁ ଖବର ଦେବାପରେ କଣ୍ଟାମାଳ ଥାନା ର ଇନ୍ ଚାର୍ଜ ଡି ଏସ ପି ତପସ୍ୱିନୀ କହଁର ,ଏସ ଡି ପି ଓ କନକ ବର୍ଦ୍ଧନ ଗୁରୁ  ଘଟଣା ସ୍ଥଳରେ ପହଞ୍ଚି  ଅନୁସନ୍ଧାନ ଚଳାଇଥିବା ବେଳେ ଶିଶୁଟି ସୋନପୁର ଡାକ୍ତର ଖାନା ରେ ମୃତୁ ବରଣ କରିଛି। ଗତକାଲି ପିଶାଚ ବାପା ଙ୍କୁ କଣ୍ଟାମାଳ ଥାନାରେ କେଶ୍ ନମ୍ୱର 98 1/8/22 u/s - 498/(A)323,325,307,506,302 ଆଇ ପିଶି ଧାରାରେ ଏକ ମାମଲା ରୁଜୁ କରି ସୈତାନ୍ ଶ୍ୟାମ ଖଟୁଆ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛନ୍ତି ଡି ଏସ ପି ତପଶ୍ୱନି କହଁର, ଜେଲ୍ ର ଅନ୍ଧାର କୋଠରୀରେ ଏବେ

 ଶ୍ୟାମ ।କଣ୍ଟାମାଳ ଥାନା ଅଂଚଳରେ ପ୍ରଥମ କରି ଏପରି ଘଟଣା ଘଟି ଥିବାରୁ ଏପରି ପିଶାଚ ବାପା ଙ୍କୁ ଫାଶୀ ଦିଆଯାଉ ବୋଲି ଜନ ସାଧାରଣରେ ଚର୍ଚ୍ଚା ହେଉଛ। 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS