ଟ୍ରକ୍ ଧକ୍କାରେ ଛାତ୍ର ମୃତ
ବ୍ରହ୍ମଗିରି (ମଣିଭଦ୍ରା ଖବର)ଟ୍ରକ ଧକାରେ ରେ ଛାତ୍ର ଙ୍କ ମୃତ୍ୟ ହୋଇଛି । ମୃତ ଛାତ୍ର ହେଲେ ଗଜପତି ଜିଲ୍ଲା ଅବାସିଂ ଗାଁ ର ଅଜୁ ଭୂୟାଁ ବୋଲି ଜଣା ପଡ଼ିଛି। ସେ ମାମୁଁ ଙ୍କ ସହିତ ବାଇକ ରେ ଅଜୁ ଗଜପତି ରୁ ପୁରୀ scs କଲେଜ ଯାଉଥିବା ବେଳେ ବ୍ରହ୍ମଗିରି ବଜାର ରେ ଏକ ଦଶ ଚକିଆ ମାଡ଼ କରିବା ଦ୍ୱାରା ଟ୍ରକ ତଳେ ପଡିଯାଇଥିଲେ। ତାଙ୍କୁ ପ୍ରଥମେ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଟ୍ରକ ଡ୍ରାଇଭର ଘଟଣା ସ୍ଥଳରୁ ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ତାକୁ ସ୍ଥାନୀୟ ଲୋକେ ଅଟକାଇ ଡ୍ରାଇଭର କୁ ଧରି ନିସ୍ତୁକ ମାଡ ମାରି ପୋଲିସକୁ ହସ୍ତାନ୍ତର କରିଥିଲେ। ଘଟଣା ସ୍ଥଳରେ ପୋଲିସ ପହଂଚି ଟ୍ରକ ଏବଂ ବାଇକ କୁ ଥାନାକୁ ନେବାସହ ଟ୍ରକ ଡ୍ରାଇଭର କୁ ଥାନାରେ ଅଟକ ରଖିଛି।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment