BREAKING
Loading...
:

ବିଭିନ୍ନ ଦାବିନେଇ ଏଡିଟି ଙ୍କୁ ଘେରିଲେ ବୁଣାକାର l

 ବିଭିନ୍ନ ଦାବିନେଇ ଏଡିଟି ଙ୍କୁ ଘେରିଲେ ବୁଣାକାର l 




ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୁଣାକାର ବହୁଳ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବୁଣାକାର ପ୍ରବଳମାତ୍ରାରେ ଅବହେଳିତ। ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ର ସୁଖା,ଦିଗଶିରା,ସୁନାପାଲି ଇତ୍ୟାଦି ଗ୍ରାମର ଆଜି ଶତାଧିକ ବୁଣାକାର ତାଙ୍କର ବିଭିନ୍ନ ଦାବିନେଇ ଆଜି ସୋନପୁର ର ଡିଡିଟି ଅଫିସ ଘେରାଉ କରିଥିଲେ। ଯୁବନେତା ତଥା ବରିଷ୍ଠ ଆଇନଜୀବୀ ବଳଦେବ ପ୍ରସାଦ ବେଦବାକ ଙ୍କ ନେତୃତ୍ବରେ ଆଜି ଜିଲ୍ଲାର ଶତାଧିକ ବୁଣାକାର ବିଭିନ୍ନ ନାରାସହ ସହର ପରିକ୍ରମା କରି  ଏଡିଟି ଶାନ୍ତାନୁ କୁମାର ମେହେର ଙ୍କୁ ଉକ୍ତ ଦାବି ପତ୍ର ପ୍ରଦାନ କରିଥିଲେ। ପ୍ରମୁଖ ଦାବି ମଧ୍ୟରେ ମଙ୍ଗାଗାତ ର କଂକ୍ରିଟ କରଣ,ଘରତିଆରି ଟଙ୍କା ପ୍ରଦାନ ରେ ଚଞ୍ଚକତା,ସୋଲାର ଇନଭର୍ଟର,ପଙ୍ଖା,ଲାଇଟ ପ୍ରଦାନ ରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମଙ୍ଗାଗାତ ର ମରାମତି ପାଇଁ ଅନେକ ପୂର୍ବରୁ ଅନଲାଇନ ରେଜିଷ୍ଟ୍ରେସନ କରାଯାଇଥିବା ସତ୍ୱେ ବି କାର୍ଯ୍ୟାଦେଶ ନମିଳିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଘରତିଆରି ପାଇଁ ସଂପୃକ୍ତ ଅଧିକାରୀ ତଥା ସମିତି ର ସଂପାଦକ ୧୫ହଜାର ଟଙ୍କା ଲାଞ୍ଚ ନେଇ ଅଣ ବୁଣାକାର ମାନଙ୍କୁ ଘର ଯୋଗାଇ ଦେଉଥିବା କଥାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବିକରିଛନ୍ତି।ଏପରିକି ବୁଣାକାର ମାନଙ୍କୁ ରିହାତି ଦରରେ ସୁତାଯୋଗାଇଦେବା ପାଇଁ ସରକାରୀ ବ୍ୟବସ୍ଥା ଥିଲେ ବି ସୁତା ପ୍ରଦାନ ରେ ମଧ୍ୟ ଘୋର ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି।ଆଜିର ଏଇ ବିକ୍ଷୋଭ ସମାବେଶରେ ଜିଲ୍ଲାର ବିଭିନ୍ନ ଗ୍ରାମ ରୁ ଆସିଥିବା ବୁଣାକାରଙ୍କ ମଧ୍ୟରେ     ଘନଶ୍ୟାମ ମେହେର, ବୈଶାଖୁ ମେହେର, ଗଣେଶ ମେହେର, ଧନପତି ମେହେର, ସତ୍ୟ ମେହେର ,ଆକାଶ ମେହେର,କେଶବ ମେହେର, ପ୍ରକାଶ ମେହେର ସୁବଲ,ରାମ,,ଉମାଶଙ୍କର ମେହେର ଙ୍କ ସମେତ ସୁରେଶ ପାତ୍ର, ବ୍ୟାସଦେବ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS