ଏବେ ବି ବଞ୍ଚିଛି ଯଶୋଦା ଙ୍କ ପରି ମାତୃତ୍ୱ ର ଝଲକ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ଶ୍ରୀ କୃଷ୍ଣ ଙ୍କୁ ଜନ୍ମ ଦେଇଥିଲେ ଦେବକୀ ସତ ହେଲେ ତାଙ୍କୁ ଲାଳନ ପାଳନ କରିଥିଲେ ଓ ଯଶସ୍ବୀ କରାଇଥିଲେ ମାତା ଯଶୋଦା ଦେବୀ l ଆଉ ନିଜେ ଜନ୍ମ ନ ଦେଇ ମଧ୍ୟ ନିଜର ଅନାବିଳ ମାତୃତ୍ୱ ର ସ୍ନେହ, ବାତ୍ସଲ୍ୟ ମମତା ଯେମିତି ଅନ୍ୟକୁ ନିଜର କରିପାରିଛି l ସାରା ଜଗତ ପାଇଁ ଏହା ଉଦାହରଣ ସାଜିଛି l ମାତା ଯଶୋଦା ଦେବୀ ଙ୍କ ପରି ମାତୃତ୍ବ ସମ୍ପନ୍ନ ନାରୀ ଶକ୍ତି ବା ନାରୀ ସମାଜ ର ଆବଶ୍ୟକତା ଏବେ ଜରୁରୀ ହୋଇ ପଡିଛି l ଯାହାକି ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ର ଯଶୋଦା ଦେବୀ ଘରୋଇ ନର୍ସିଙ୍ଗ କଲେଜ ର ସମସ୍ତ ଛାତ୍ରୀ l ଆଉ ସ୍ବେଛାକୃତ ଭାବେ ଆସି ସୁବର୍ଣ୍ଣପୁର ଏସପି ଙ୍କ ନେତୃତ୍ୱ ରେ ଓ ଏସ ଡି ପି ଓ ପୁଷ୍ପାଞ୍ଜଳୀ ନିଙ୍ଗୀ ଙ୍କ ତତ୍ୱାବଧାନ ରେ ଗତ 27 ତାରିଖ ସୋନପୁର ଥାନା ରେ ଆୟୋଜିତ ହୋଇଥିବା ମେଗା ରକ୍ତ ଦାନ ଶିବିର ରେ ଯଶୋଦା ଦେବୀ ନର୍ସିଙ୍ଗ କଲେଜ ର 35 ଜଣ ଛାତ୍ରୀ ଓ ମହିଳା ଅଧ୍ୟାପିକା ଙ୍କ ସମେତ 10 ଜଣ ମହିଳା ପୋଲିସ, ସ୍ୱଚ୍ଛ ଭାରତ ସଂଗଠନ ର 10 ଜଣ ମହିଳା ଓ ଚନ୍ଦ୍ରିକା ଜ୍ୱେଲର୍ସ ପ୍ରତୀକ ରାଇସ ମିଲ ର 10 ଜଣ ମହିଳା ମଧ୍ୟ ସାମୁହିକ ଭାବେ ଏଠାରେ ରକ୍ତ ଦାନ କରି ସମାଜ କୁ ଏକ ଭିନ୍ନ ବାର୍ତ୍ତା ପହଞ୍ଚାଇଛନ୍ତି l କେବଳ ଯେ ରକ୍ତ ଦାନ ନୁହେଁ ଆରମ୍ଭ ରୁ ଶେଷ ଯାଏ ଏଇ ନର୍ସିଙ୍ଗ ଅନୁଷ୍ଠାନ ର ସମସ୍ତ ଛାତ୍ରୀ ଅଧ୍ୟକ୍ଷ, ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ରହି ଏ ଭଳି ଏକ ବର୍ଣ୍ଣାଢ୍ୟ ଉତ୍ସବ ରେ ଆୟୋଜକ ପୋଲିସ ବିଭାଗ, ମହିଳା ଓ ଯୁବ ପିଢୀ ର ସମସ୍ତ ରକ୍ତ ଦାତା ଙ୍କୁ ପ୍ରୋତ୍ସାହନ ଦେଇଛନ୍ତି, ସ୍ନେହ ମମତା ର ଡୋରି ରେ ବାନ୍ଧି ଦେଇଛନ୍ତି ଓ ଖୁସି ର ମାହୋଲ ସୃଷ୍ଟି କରି ଏ ମେଗା ଶିବିର ରେ ସମସ୍ତ ସହାୟତା ମଧ୍ୟ ଯୋଗାଇଛନ୍ତି l ଶେଷ ରେ ମୁଖ୍ୟ ଅତିଥି ଏସପି, ଅନ୍ୟ ଅତିଥି, ରକ୍ତ ଦାତା ଓ ଆୟୋଜକ ଙ୍କ ସହିତ ଫୋଟୋ ସେସନ ରେ ସାମିଲ ହୋଇ ଏ ଉତ୍ସବ ର ମଜା ନେଇଛନ୍ତି l ଭାରତୀୟ ସଂସ୍କୃତି ରେ ନାରୀର ତ୍ୟାଗ ଓ ସମର୍ପଣ ଭାବ ବିଶ୍ୱ ବନ୍ଦିତା ଅଟେ l ଯାହାକି ଏ ଯଶୋଦା ଦେବୀ ର ଛାତ୍ରୀ ଙ୍କ ସମେତ, ଆଶା ନର୍ସିଙ୍ଗ ହୋମ ଛାତ୍ରୀ, ଓ ଅନ୍ୟ ସମସ୍ତ ଅନୁଷ୍ଠାନ ର ମହିଳା ରକ୍ତଦାତା ତ୍ୟାଗ ଓ ସମର୍ପଣ ର ଏକ ଉଦାହରଣ ପ୍ରମାଣ ପାଲଟିଛନ୍ତି l ଆଉ ଏଇ ପ୍ରକାର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ରେ ନାରୀ ସମାଜ ସାମିଲ ହେଲେ ଚାରିଆଡେ ଏକ ସୁସ୍ଥ ସମାଜ ସୁସ୍ଥ ବାତାବରଣ ର ବାଟ ଦେଖାଇବ ନିଶ୍ଚିତ l ସମଗ୍ର ନାରୀ ସମାଜ କୁ ପ୍ରେରଣା ଦେବ, ଭଲ ବାର୍ତ୍ତା ଯିବ l "ଗୀତାରେ ଅଛି ଯଦ ଯଦା ଚରିତ ଶ୍ରେଷ୍ଟୋ ତତ୍ତ୍ଵଦବେତୀ ଚରୋ ଜନଃl" - ଶଃଯତ ପ୍ରମାଣ କୁରୁତେ ଲୋକଃl ତଦ ଅନୁବର୍ତ୍ତତେ" l ସେବା ରେ ନିୟୋଜିତ ଉଦାର, ବଦାନ୍ୟ, ମହାନ ତଥା ଜ୍ଞାନୀ ଗୁଣି, ବା ଚରିତ୍ର ବାନ ଲୋକ ଙ୍କୁ ସମାଜ ରେ ଲୋକେ ସବୁବେଳେ ଅନୁକରଣ କରନ୍ତି l ଆଉ ଯେଉଁ ଦିନ ଊଚ୍ଚ ପଦାଧିକାରୀ, ଧନାଢ୍ୟ ବ୍ୟକ୍ତି, ସମସ୍ତ ଯୁବ ପିଢୀ ଏଭଳି ମହତ କାର୍ଯ୍ୟ ରେ ସାମାଜିକ କାର୍ଯ୍ୟ ରେ ଓ ପ୍ରକୃତ ରେ ସାଧାରଣ ଲୋକ ଙ୍କ ଦୁଃଖ ସୁଖ ରେ ସାମିଲ ହେବେ ସେଦିନ ସମାଜ ର ସମ୍ପୂର୍ଣ ସୁଧାର ଆସିବ l
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment