ନୂଆଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିପଦ ସଙ୍କୁଳ ବିଦ୍ୟୁତ୍ ତାର
ନୂଆଗାଁ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକର ସଦର ମହକୁମାରେ ଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦୀର୍ଘ ଦିନ ହେବ ୧୧/୩୩ କେଭି ବିଦ୍ୟୁତ୍ ତାର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କଲେଜ ପରିସର ମଧ୍ୟଦେଇ ବିଦ୍ୟୁତ୍ ତାର ଯାଇଥିବାରୁ ଅନେକ ସମୟରେ ଅଘଟଣ ଘଟୁଛି । ଉକ୍ତ ତାରରେ ଗଛପତ୍ର ବାଜିବା ଫଳରେ ସଟସର୍କିଟରୁ ନିଆଁ ବାହାରୁଛି । ଉକ୍ତ କଲେଜକୁ ୫୦୦ ଜଣ ଛାତ୍ର ଛାତ୍ରୀ ପାଠପଢିବାକୁ ଆସୁଥିବା ବେଳେ ଅଭିଭାବକ ମାନେ ଏନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଛନ୍ତି । ଅଧ୍ୟକ୍ଷ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଛନ୍ତି କିନ୍ତୁ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବର୍ଷା ଦିନ ଯୋଗୁଁ ଝଡ଼ ତୋଫାନରେ ଗଛ ଡ଼ାଳ ବାଜି ଯଦି କରେଣ୍ଟ ହୋଇ କିଛି ବି ଅଘଟଣ ଘଟେ ତେବେ ସେଥିପାଇଁ କିଏ ଦାୟୀ ରହିବ ବୋଲି ଛାତ୍ର ଛାତ୍ରୀ ମାନେ ପ୍ରଶ୍ନ କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗୁନାହି । ଆଗାମୀ ଦିନରେ ଯଦି ଏହାର ସମାଧାନ ନହୁଏ ତେବେ ଛାତ୍ର ଛାତ୍ରୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment