BREAKING
Loading...
:

ମହିଳା କଲେଜ ରେ ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

 ମହିଳା କଲେଜ ରେ ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ଙ୍କୁ  ବିଦାୟ କାଳୀନ ସମ୍ବର୍ଦ୍ଧନା  ଓ ସାଂସ୍କୃତିକ କାର୍ଯ୍ୟକ୍ରମ 



ସୁବର୍ଣ୍ଣପୁର, - ଲୋକେ ଅନେକ ଲକ୍ଷ୍ୟ ରଖନ୍ତି, ଅନ୍ୟ କୁ ଲକ୍ଷ୍ୟ ବି ଦେଖାନ୍ତି ହେଲେ ନିଜ ମା ମାଟିର ହଜାର ଲକ୍ଷ ଛାତ୍ରୀ ଙ୍କୁ  ନିମୁହଁ ଦେଉଳ ପରି ରହି ଥିବା ନିର୍ମାଣ ଧୀନ ନୂତନ ମହିଳା ମହାବିଦ୍ୟାଳୟ କୁ ଲକ୍ଷ୍ୟ ର ପଥ ଟିଏ ପ୍ରଶାସନ ଜରିଆରେ 33 ଡ଼ିସିମିଲ ଜମି ଅର୍ପଣ କରି  ଆଜି ବିଜୁ ପଟ୍ଟନାୟକ ଡିଗ୍ରୀ ମହିଳା ମହାବିଦ୍ୟାଳୟ ର ଆଗାମୀ  ଛାତ୍ରୀ ଙ୍କ କ୍ୟାରିୟର ର ଲକ୍ଷ୍ୟ ର ପଥ ସାଜିଥିବା ସେଭଳି ଜଣେ ବଦାନ୍ୟ ଓ ମହିୟସୀ ମହିଳା ସାଇବାନୀ ଜଗଦଲା ଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ଏବଂ ଅନେକ ଭଲ କାମ କରି  ଯୁକ୍ତ ତିନି ନୂତନ ଛାତ୍ରୀ ଙ୍କୁ ଶୃଙ୍ଖଳା ଶିଖାଇଥିବା  ପ୍ରେରଣା ଓ ଆଦର୍ଶ ସାଜିଥିବା  କଲେଜ  ଯୁକ୍ତ ତିନି ଶେଷ ବର୍ଷ ର ଛାତ୍ରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଓ ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ ଆୟୋଜିତ  ଆଜିର ଏଇ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଏଡିଏମ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ୱ୍ଵୀଲ ସହିତ ସ୍କିଲ ରଖିଲେ ଏ ଅନୁଷ୍ଠାନ ରୁ  ଆପଣ ମାନେ ବି ରାଷ୍ଟ୍ରପତି  ଦ୍ରୋପଦୀ ମୁର୍ମୁ ଙ୍କ ପରି ଊଚ୍ଚ ଶିଖର କୁ ପହଞ୍ଚି ପାରିବେ ବୋଲି ମତ ରଖିଥିଲେ l ଏବଂ ସମାଜ କୁ ଅନେକ ଲୋକ ଭଲ ରାସ୍ତା ଦେଖାଉଥିବା ପରି ଲକ୍ଷ ଛାତ୍ରୀ ଙ୍କ ଭବିଷ୍ୟତ ଗଢ଼ୁଥିବା ଏଇ ଅନୁଷ୍ଠାନ ର ସଙ୍କଟ ବେଳେ ଦେବଦୂତ ପରି ରାସ୍ତା ଟିଏ ଅର୍ପଣ କରିଥିବା ସେଭଳି ଜଣେ ବଦାନ୍ୟ ମହିଳା ଙ୍କୁ ଆଜି ଏ ମଞ୍ଚ ରେ ସମ୍ବର୍ଦ୍ଧିତ କରିବା ମୋ ପାଇଁ ବି ଆଜି ଏକ ଅପୂର୍ବ ସୁଯୋଗ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଦସ୍ୟ ଅଭିମନ୍ୟୁ କୁଶଳ, ଶ୍ରୀବତ୍ସ ମଲ୍ଲିକ, ପୌର ପରିଷଦ ଅଧ୍ୟକ୍ଷା ତାମସୀ ତମସ୍ପିତା ନାୟକ, ଯୁକ୍ତ ତିନି ଅଧ୍ୟକ୍ଷା ରିତା ରାଣୀ ପୁଜାରୀ, ଓ ମଦନ ସୁନ୍ଦର ଖେତୀ ଯୋଗ ଦେଇ ଗୋଟାଏ ମୁଦ୍ରା ର ଉଭୟ ପାର୍ଶ୍ୱ ପରି    ନାରୀ ଓ ପୁରୁଷ ଉଭୟ ଙ୍କ କ୍ଷେତ୍ରରେ ବିକାଶ ହେଲେ ଗୋଟାଏ ଭଲ ସମାଜ ଟିଏ ଆମେ ପାଇ ପରିବା ବୋଲି କହିଥିଲେ l ଏବଂ ନାରୀ ଙ୍କ ଦକ୍ଷତା ଓ ବିକାଶ ଉପରେ ଅନେକ ପରାମର୍ଶ କରିଥିଲେ l ଆଜି ର ଏଇ କାର୍ଯ୍ୟକ୍ରମ କୁ ଅଧ୍ୟାପକ ଦୁଃଖୀ ଶ୍ୟାମ ମେହେର ପରିଚାଳନା କରିଥିବା ବେଳେ ସଂସ୍କୃତ ଅଧ୍ୟାପିକା ସଂଜୁ ରାଣୀ ସିଂ  ଓ ଛାତ୍ରୀ ଙ୍କ ଦ୍ୱାରା ଓଡିଶୀ ବନ୍ଦନା ନୃତ୍ୟ ଦ୍ୱାରା ଅତିଥି ଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ କରିଥିଲେ l  



କଲେଜ ର ବିକାଶ ପାଇଁ ଉତ୍ସର୍ଗୀକୃତ ସେବା ଓ ସହାୟତା ଯୋଗାଇ ଆସିଥିବା ମୁଖ୍ୟ ଅତିଥି  ଏ ଡି ଏମ ଶ୍ରୀ ଦାଶ, ନୁଆଁ କଲେଜ କୁ ରାସ୍ତା ଦେଖାଇ ଥିବା ବଦାନ୍ୟ ମହିଳା ସାଇବାନୀ ଜଗଦଲା, ଓ କଲେଜ କର୍ମଚାରୀ ଚେର ବୂଈ ହୋତା ଙ୍କୁ ଆଜି ର ଉତ୍ସବ ରେ ସମ୍ବର୍ଦ୍ଧିତ କରାଯାଇଥିଲା l 2020/21 ଶିକ୍ଷା ବର୍ଷ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରୀ ବିଜ୍ଞାନ ରେ ପ୍ରଗତି ପତି, କଳା ରେ ଶିବାନୀ ପଣ୍ଡା, ଙ୍କୁ, 2021/22 ସ୍ଟୁଡେଣ୍ଟ ଅଫ ଦି ଇଅର ସୁଶ୍ରୀ ଲେଟେଶ୍ୱରୀ ପ୍ରିୟଦର୍ଶନୀ ଙ୍କୁ, ବେଷ୍ଟ ଭୋଲେଣ୍ଟିଅର ଭାବେ ବର୍ଷା ରାଣୀ ମିଶ୍ର, ସୌମ୍ୟା ଶାଳିନୀ ପଣ୍ଡା ଙ୍କୁ, ମୋଡେଲିଙ୍ଗ ଏଣ୍ଡ  ଫେସନ ଡିଜାଇନ ରେ ରାସେଶ୍ୱରୀ ହୋତା ଙ୍କୁ, ଓ କଲଚରାଲ ଚମ୍ପିୟାନ ଭାବେ ମମତା ରାଉତ,  ଏନ ଏସ ଏସ ରେ ନିବେଦିତା ମିଶ୍ର, ୱାଆରସି ରେ ଶିବାନୀ ପଣ୍ଡା ଙ୍କୁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l  ଯୁକ୍ତ ତିନି ର ସମସ୍ତ ଛାତ୍ରୀ ମାନଙ୍କ ଦ୍ୱାରା ଉଚ୍ଚ କୋଟିର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଅଧ୍ୟାପକ ଦୁଃଖିଶ୍ୟାମ ମେହେର, ଖିରୋଦ କୁମାର ମେହେର, ମିତାଶ୍ରୀ ବାରିକ, ରଂଜିତା ମିଶ୍ର, ମଦନ ମୋହନ ପଣ୍ଡା , କର୍ମଚାରୀ ଚେର ବୂଈ ହୋତା, ସଲିଳ ବେହେରା, ପ୍ରଦୀପ୍ତ ଦାଶ, ହରିଓଂ କୁଶଳ, ଶିବାନୀ ପଣ୍ଡା, ମେଘlମ୍ବରୀ ମିଶ୍ର, ପ୍ରମୁଖ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

أحدث أقدم
Header ADS