ଦାସିଆ ଅଜାଙ୍କ ନାମରେ ନୂଆଗାଁ ରେଳ ଷ୍ଟେସନ ନାମିତ ପାଇଁ ପ୍ରସ୍ତାବ
ନୂଆଗାଁ (ପୁଷ୍ପଲତା ପ୍ରଧାନ) ନୟାଗଡ ଜିଲ୍ଲା ନୂଆଗାଁ ରେଳ ଷ୍ଟେସନ କୁ ପ୍ରବାଦ ପୁରୁଷ ଦାସିଆ ଅଜା ଙ୍କ ନାମ ରେ ନାମିତ କରିବା ପାଇଁ ରେଳ ଷ୍ଟେସନ ଉଦ୍ଘାଟନ ଦିନ ଦଶପଲ୍ଲା ବିଧାୟକ ଙ୍କ ସମେତ ନୂଆଗାଁ ବ୍ଲକ୍ ର ଜନ ସାଧାରଣ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଆଜି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଭୁବନେଶ୍ୱର ପୂର୍ବତଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ସାରଦ କୁମାର ଶ୍ରୀ ବାସ୍ତବ ଙ୍କୁ ଲିଖିତ ପ୍ରସ୍ତାବ ଦେଇଥିଲେ।ବିଧାୟକ ଙ୍କ ସହିତ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଦାଶରଥି ସଂଗ୍ରହାଳୟ ର ସମ୍ପାଦକ ଦୀପକ ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ରେଳ ବିଭାଗର ବରିଷ୍ଠ ପବ୍ଲିକ ରିଲେସନ ଅଫିସର ନିରାକାର ଦାସ ସହଯୋଗ କରିଥିଲେ। ବିଧାୟକ ଙ୍କ ଏଭଳି କାର୍ଯ୍ୟକୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।
ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ
Post a Comment