ରାଜ୍ଯ ବେସରକାରୀ ଅଧ୍ଯାପକ ଓ କର୍ମଚାରୀଙ୍କ ଧାରଣା ।
ସୁବର୍ଣ୍ଣପୁର (ମଣିଭଦ୍ରା ଖବର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଆଞ୍ଚଳିକ ଉଚ୍ଚ ମାଧ୍ଯ୍ଯମିକ ବିଦ୍ଯାଳୟ ଏବଂ ଡିଗ୍ରୀ ମହାବିଦ୍ୟାଳୟର ସମସ୍ତ ଅଧ୍ଯାପକ ଓ କର୍ମଚାରୀମାନେ ମହାବିଦ୍ୟାଳୟର ସମ୍ମୁଖରେ ବିଭିନ୍ନ ପ୍ରକାର ଦାବି ଗୁଡିକ ନେଇ ଧାରଣାରେ ବସିଥିଲେ। ସୂଚନା ଯୋଗ୍ଯଯେ ମହାବିଦ୍ୟାଳୟ ମାନଙ୍କର ପରିଚାଳନା କମିଟି ଦ୍ବାରା ନିଯୁକ୍ତି ପାଇଥିବା ୨୦୦୮ ମସିହା ଠାରୁ ଆଜି ପର୍ଯ୍ୟନ୍ତ ଓଡିଶାର ଗ୍ରାଣ୍ଟ ଇନ ଏଡ୍ ନିୟମରେ ପରିସର ଭୁକ୍ତ କରାଯାଇନାହିଁ । ତେଣୁ ଓଡିଶା ରାଜ୍ଯ ବେସରକାରୀ ଅଧ୍ଯାପକ କର୍ମଚାରୀ ସଂଘର ସଭାପତି ବିଶ୍ବରଞ୍ଜନ ଦାସଙ୍କ ଆହ୍ବାନ କ୍ରମେ ଶନିବାର ଦିନ ୧୧ ଘଣ୍ଟା ସମୟରୁ ଆଞ୍ଚଳିକ ମହାବିଦ୍ୟାଳୟର ସମ୍ମୁଖରେ ସମସ୍ତ କାର୍ଯ୍ୟ ବନ୍ଦ କରି ଅନୁଦାନ ପାଇବା ନେଇ ଧାରଣାରେ ବସିଥିଲେ। ସରକାରଙ୍କ ଶିକ୍ଷକ ମାରଣ ନୀତି ବିରୁଦ୍ଧରେ ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇଥିଲେ। ଦୀର୍ଘ ୯୯ ଦିନଧରି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେବା ପରେ ମଧ୍ଯ ରାଜ୍ଯ ସରକାରଙ୍କ ନିରବତା କାରଣରୁ ଉକ୍ତ ଅନୁଦାନ ସମ୍ପର୍କୀତ ଆନ୍ଦୋଳନ ସମଗ୍ର ରାଜ୍ଯରେ ଥିବା ମହାବିଦ୍ୟାଳୟକୁ ବ୍ଯାପିବାରେ ଲାଗିଛି। ଆଗାମୀ ଦିନରେ ସରକାର ଯଦି ଅନୁଦାନ ପ୍ରଦାନ ଦିଗରେ ସକରାତ୍ମକ ପଦକ୍ଷେପ ନ ନିଅନ୍ତି ତେବେ ଏହି ଆନ୍ଦୋଳନ ପଞ୍ଚାୟତ ସ୍ତରରେ ଓ ଗାଁ ଗାଁ ରେ ବ୍ଯାପିବ ବୋଲି ସମସ୍ତ ଅଧ୍ଯାପକ କର୍ମଚାରୀ ବ୍ରୁନ୍ଦ ପ୍ରକାଶ କରିଛନ୍ତି। ଏହି ଧାରଣାରେ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ଅଧ୍ଯକ୍ଷ ଶିରିଶ ଦାସ, ଡିଗ୍ରୀ ମହାବିଦ୍ୟାଳୟର ଅଧ୍ଯକ୍ଷ ପବିତ୍ର ବାରିକ ସମେତ +୨ ଏବଂ +୩ ର ସମସ୍ତ ଅଧ୍ଯାପକ ଏବଂ କର୍ମଚାରୀ ବ୍ରୁନ୍ଦ ଧାରଣାରେ ସାମିଲ ହୋଇଥିଲେ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment