BREAKING
Loading...
:

ସୁବର୍ଣ୍ଣପୁର ରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ କରୋନା ବୁଷ୍ଟର ଡୋଜ ଟୀକା ଗ୍ରହଣ

 ସୁବର୍ଣ୍ଣପୁର ରେ ଗଣମାଧ୍ୟମ ପ୍ରତିନିଧି  ମାନଙ୍କ କରୋନା ବୁଷ୍ଟର  ଡୋଜ ଟୀକା ଗ୍ରହଣ  l

 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଜିଲ୍ଲା ମୁଖ୍ୟାଳୟ ସୁବର୍ଣ୍ଣପୁରରେ ଆଗ ଧାଡିର କରୋନା ଯୋଦ୍ଧା ହିସାବରେ ବିଭିନ୍ନ  ଗଣମାଧ୍ୟମର ପ୍ରତିନିଧିମାନଙ୍କ ପାଇଁ ପ୍ରିକସନ ଡୋଜ (କୋଭାସିଲଡ଼) ଟୀକାକରଣ ବ୍ୟବସ୍ଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ  ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ କରାଯାଇଥିଲା l  ଆଜି ସ୍ଥାନୀୟ ଏନ ଜି ଓ ସି ସି ସମ୍ମିଳନୀ କକ୍ଷରେ  ଜିଲ୍ଲା  ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର  ଭୋଇ ଙ୍କ ତତ୍ୱାବଧାନରେ ବିଭିନ୍ନ ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ୍ସ ଗଣ ମାଧ୍ୟମର ଜିଲ୍ଲା ପ୍ରତିନିଧି  ମାନେ ଏକତ୍ରିତ ହୋଇ ସାମୁହିକ ଭାବରେ କରୋନା ପ୍ରୀକସନ୍  ଡୋଜ୍ ଟୀକା  ନେଇଥିଲେ l ପର୍ଯ୍ୟାୟ କ୍ରମେ ଏହି ସୁବିଧା ସମସ୍ତ ବ୍ଲକ୍  ସ୍ତରୀୟ  ସାମ୍ବାଦିକ ମାନଙ୍କ ପାଇଁ 6 ଟି ଯାକ ବ୍ଲକ ମୁଖ୍ୟାଳୟରେ ଯୋଗାଇ ଦିଆଯିବ l ଆଜିର ଏହି ଟିକା କରଣ କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ  ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ କୁମାର ସାହୁ, ଡି ଏଲ ଭି ଏମ ସନ୍ତୋଷ କୁମାର ସାହୁ, ଟୀକା କର୍ମୀ ରାଜଶ୍ରୀ ଦ୍ଵିବେଦୀ, ଭେରୀଫ୍ୟାୟର ବାଳଗୋପାଳ ମିଶ୍ର, ସହଯୋଗୀ ରଜତ ପଟ୍ଟନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l ଆଜି ସମୁଦାୟ ବିଭିନ୍ନ 55 ଜଣ ସାମ୍ବାଦିକ ଙ୍କୁ ଟୀକାଦାନ କରାଯାଇଥିଲା l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS