BREAKING
Loading...
:

ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ




ଗଣିଆ ୩୧/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକ ଗୁପ୍ତେଶ୍ୱର ବିଦ୍ୟାପୀଠ ଛାମୁଣ୍ଡିଆରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର କିରାଣୀ ବାଇଧର ବେହେରା ଅବସର ଗ୍ରହଣ କରିଛନ୍ତି । ୧୯୮୧ ମସିହାରୁ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଶ୍ରୀବେହେରା ଦୀର୍ଘ ୪୧ ବର୍ଷ ଧରି ଗୋଟିଏ ବିଦ୍ୟାଳୟରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ।  ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ଦେଇଙ୍କ ସଭାପତିତ୍ବରେ ଛାତ୍ର ଛାତ୍ରୀ ମାନେ କିରାଣୀଙ୍କର ଗୁଣଗାନ କରିଥିଲେ । ଦୀର୍ଘ ୪୧ ବର୍ଷ ଧରି ସେ ବିଦ୍ୟାଳୟରେ ନିଜ କାର୍ଯ୍ୟ ସୂଚାରୁରୂପେ ପରିଚାଳନା କରି ସମସ୍ତଙ୍କର ପ୍ରିୟ ପାତ୍ର ହୋଇପାରିଥିବାରୁ ବିଦ୍ୟାଳୟ ପାଇଁ ଏହା ଏକ ଅପୂରଣୀୟ କ୍ଷତି ବୋଲି ମଞ୍ଚାସୀନ ଅତିଥି ମାନେ ମତବ୍ୟକ୍ତ କରିଥିଲେ ‌ । ସେ ଅବସର ଗ୍ରହଣ କରିବା ପରେ ବିଦ୍ୟାଳୟରେ ସମସ୍ତ କାର୍ଯ୍ୟ ସମ୍ପାଦନ କରିବା କଷ୍ଟକର ହେବ ବୋଲି ପ୍ରଧାନଶିକ୍ଷୟତ୍ରୀ ମତବ୍ୟକ୍ତ କରିଥିଲେ । ଶ୍ରୀବେହେରାଙ୍କୁ ବିଦ୍ୟାଳୟ ତରଫରୁ ଉପଢ଼ୌକନ, ଉପହାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏକ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇ ମାଳତିପୁଟସ୍ଥିତ ତାଙ୍କ ବାସଭବନରେ ଛାଡ଼ି ଦିଆଯାଇଥିଲା । 


ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS