ଘଣ୍ଟାପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଗୃହ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ
ବୈଦ୍ଧ (ମଣିଭଦ୍ରା ଖବର) ପ୍ରାଥମିକ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନିର୍ମାଣ ହେବ 98 ଲକ୍ଷ ଟଙ୍କାର ନୂତନ ଦିବା ଯତ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା l ଗତକାଲି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଅଭୟ କୁମାର ଦାସଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ କଣ୍ଟାମଲ ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋଡ଼ର ଅଧ୍ୟକ୍ଷ ଶ୍ରୀ ମିହିର ରଣା ଓ ବୌଦ୍ଧ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ୱିନୀ ମେହେର, କଣ୍ଟାମଲ ବ୍ଲକ ଅଧକ୍ଷା ସସ୍ମିତା ସେନାପତି କଣ୍ଟାମଲ ବିଡିଓ କଳାକୃଷ୍ଣ ପ୍ରଧାନ ବୌଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ଏକନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରମତୀ ସୁମିତ୍ରା ସାହୁ ସ୍ଥାନୀୟ ଘଣ୍ଟାପଡା ସରପଞ୍ଚ ଶ୍ରୀମତୀ ରିତା କଅଁର, ନାଏବ ସରପଞ୍ଚ ନବୀନ ମେଣ୍ଡିଲି, କୁଲୁତାଜୋର ସରପଞ୍ଚ ଶ୍ରୀମତୀ ଚୁମୁକି ଭୋଇ, ବ୍ଲକ ଜେଇ ବୈକୁଣ୍ଠ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଜେଇଙ୍କ ସୂଚନା ମତେ ଗୋଟିଏ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ଯେତିକ ଅନୁସଙ୍ଗିକ ଭିତିଭୂମିର ଆବଶ୍ୟକ ରହିଛି ସମସ୍ତ କୋଠରୀ ନିର୍ମାଣ କରାଯିବ l ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଘଣ୍ଟାପଡା ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ସହଯୋଗ କରିଥିଲେ l
ବୌଦ୍ଧ ଜିଲ୍ଲା ରିପୋର୍ଟର
ସଞ୍ଜୟ କୁମାର ନନ୍ଦ ମଣିଭଦ୍ରା ଖବର l
Post a Comment