ଭିଜନ"କ୍ଲିନ ସୋନପୁର " ପରିପ୍ରେକ୍ଷୀରେ ସଚେତନତା ବୈଠକ-
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ସୋନପୁର ପୌରପରିଷଦ ତରଫରୁ ଭିଜନ କ୍ଲିନ ସୋନପୁର ପରିପ୍ରେକ୍ଷୀ ରେ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅଦ୍ୟ ତା ୧୮/0୭/୨୨ ସୋନପୁର ସହରକୁ ସ୍ୱଚ୍ଛ ଓ ସୁସ୍ଥ ରଖିବା ନିମନ୍ତେ ଏକ ସଚେତନତା ବୈଠକ ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଯୋଜନା ଅନୁଯାୟୀ ଭିଜନ କ୍ଲିନ ସୋନପୁର କୁ ବାସ୍ତବ ରୂପ ଦେବା ନିମନ୍ତେ ସୋନପୁର ପୌରପରିଷଦ ତରଫରୁ କାର୍ଯ୍ୟାରମ୍ଭ କରାଯାଇଛି l ସୋନପୁର ସହରକୁ ସ୍ୱଚ୍ଛ ସୁନ୍ଦର ତଥା ପରିଷ୍କାର ପରିଚ୍ଛନ ରଖିବା ଆମ ସମସ୍ତଙ୍କ ନୈତିକ କର୍ତ୍ତବ୍ୟ ଓ ଦାୟିତ୍ୱ l ସମସ୍ତେ ନିଜ ପାରିପାର୍ଶ୍ୱକୁ ସ୍ୱଚ୍ଛ,ପରିଷ୍କାର ଓ ପରିଚ୍ଛନ ରଖିବାକୁ ଆଗ୍ରହ ଦେଖାଇବା ସହିତ ଆନ୍ତରିକ ଯତ୍ନବାନ ହେବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ନରୱଣେ ସମସ୍ତ ଜନସାଧାରଣଙ୍କୁ ପରାମର୍ଶ ଦେବା ସହିତ ଭିଜନ"କ୍ଲିନ ସୋନପୁର" କୁ ସାକାର କରିବାକୁ ସମସ୍ତେ ଏକଜୁଟ ହୋଇ ଦୃଢ଼ସଂକଳ୍ପ ପୂର୍ବକ କାର୍ଯ୍ୟ କରିବାକୁ ଜିଲ୍ଲପାଳ ଶ୍ରୀମତୀ ନରୱଣେ ଆହ୍ୱାନ କରିଛନ୍ତି l ଏବଂ ସ୍ୱଛତା ଉପରେ ପୁନେ ଓ ବିଶାଖା ପାଟଣା ର ଉଦାହରଣ ଦେଇ ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ l ସୋନପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟଂଶୁ ରୁଟ ଅଦ୍ୟ ବୈଠକ ର ଆଭିମୁଖ୍ୟ ର ଆଲୋକପାତ କରି ପୌର ପରିଷଦ ଦ୍ୱାରା ନିଆଯାଉଥିବା ସ୍ୱଚ୍ଛତା କାର୍ଯ୍ୟକାରିତା ର ଉପସ୍ଥାପନା କରିଥିଲେ l ସେ ଏହି ଅବସରରେ ଜନସାଧାରଣ ଙ୍କୁ ଆବର୍ଜନା ପରିଚାଳନା ରେ ସମ୍ପୂର୍ଣ ସହଯୋଗ କରିବାକୁ ଅନୁରୋଧ କରିଛନ୍ତିl ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ନିହାର ରଞ୍ଜନ କଁହର ବୈଠକର ପରିଚାଳନା କରି ନିଜ ବକ୍ତବ୍ୟ ରେ କ୍ଲିନ ସୋନପୁର ଭିଜନ କୁ ସାକାର କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l ମଂଚାସୀନ ଅନ୍ୟ ଅତିଥି ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ପୌରପରିଷଦ ଅଧ୍ୟକ୍ଷା ତମସୀ ତାମସ୍ମିତା ନାଏକ, ପରିବହନ ଅଧିକାରୀ ରବୀନ ପଟ୍ଟନାୟକ,ଡ଼ିଏସଡବ୍ଲୁ ଗୌରମଣି ହାଁସଦା ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ସ୍ୱଚ୍ଛ ସୋନପୁର ନିମନ୍ତେ ସମସ୍ତେ ଯତ୍ନବାନ ସହ ଦୃଢ ଭାବେ ନିଜ ନିଜ ସ୍ତରରେ ଆନ୍ତରିକତାର ସହିତ କାର୍ଯ୍ୟ କରିବାକୁ ଆହ୍ୱାନ କରିଛନ୍ତି l ବୈଠକରେ କାର୍ଯ୍ୟରତ କର୍ମଚାରୀ ନିଜର ଅଭିଜ୍ଞତା କହିଥିବା ବେଳେ କାଉନସିଲର ପ୍ରମୁଖ କ୍ଲିନ ସୋନପୁର ଭିଜନ କୁ ସମସ୍ତ ସହଯୋଗ ର ସହ ଦୃଢ଼ ସମର୍ଥନ ସହିତ ସମସ୍ତ ଜନସାଧାରଣ ଏହି ମହାତ୍ୱାକାଂକ୍ଷୀ କାର୍ଯ୍ୟ ନିମନ୍ତେ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି l ବୈଠକରେ ପୂର୍ବତନ କାଉନସିଲର, କାର୍ଯ୍ୟରତ କାଉନସିଲର, ବୁଦ୍ଧିଜୀବୀ, ସଚେତନ ନାଗରିକ,ସ୍ବେଛାସେବୀ କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ,ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଜିଲ୍ଳା ସ୍ତରୀୟ ଅଧିକାରୀ ବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ତଥା ପୌର ପରିଷଦ ର କର୍ମଚାରୀ ପ୍ରମୁଖ ଯୋଗଦାନ କରିଥିଲେ l ବୈଠକ ରେ ମିଶନଶକ୍ତି ସଂଯୋଜକ କାର୍ତ୍ତିକ ନାଏକ ଅତିଥି ପରିଚୟ କରିଥିବା ବେଳେ ପୌର କର୍ମଚାରୀ ଶିବରାମ ସାହୁ ବୈଠକରେ ସଂଯୋଜନା କରିଥିଲେ l ପରେ ପରେ ସ୍ଵଂୟ ସହାୟକ ଜୀବନ ଜୀବିକା ସମ୍ପର୍କରେ ସଦସ୍ୟା ମାନଙ୍କୁ ନେଇ ଏକ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ମେପିଙ୍ଗ କର୍ମଶାଳା ମିଶନ ଶକ୍ତି ସଂଯୋଜକ ଶ୍ରୀ ନାଏକ ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା l
ରିପୋର୍ଟ ଉଗ୍ରସେନ କର୍ମୀ ସୁବର୍ଣ୍ଣପୁର
إرسال تعليق