BREAKING
Loading...
:

ନଦୀ ପାର ହେବା ସମୟରେ ଅଳ୍ପକେ ବର୍ତିଲେ ଶିକ୍ଷକ

 ନଦୀ ପାର ହେବା ସମୟରେ ଅଳ୍ପକେ ବର୍ତିଲେ ଶିକ୍ଷକ



ନୂଆଗାଁ: (ପୁଷ୍ପଲତା ପ୍ରଧାନ)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା କୋଷଳାଙ୍ଗ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ପ୍ରଭାତ କୁମାର ଆଚାର୍ଯ୍ୟ ବାଘୁଆ ନଦୀ ପାର ହେବା ସମୟରେ ନିଜ ଜୀବନକୁ ରକ୍ଷା କରି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ନିଜ ଗାଡ଼ି ନଦୀ ପାଣିରେ ଭାସିଯାଇଥିବା ଜଣା ପଡ଼ିଛି।ସୂଚନା ଅନୁଯାୟୀ ଶିକ୍ଷକ ଶ୍ରୀ ଆଚାର୍ଯ୍ୟ ବିଦ୍ୟାଳୟରୁ ଶିକ୍ଷାଦାନ ଶେଷ କରି ବାଘୁଆ ନଦୀ ପାର ହେବା ସମୟରେ ନଦୀ ମଝିରେ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇ ଯାଇଥିଲା।ଉପର ପଟରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ନଦୀ ରେ ପାଣି ଆସିବା ଦ୍ବାରା ୫୦ ମିଟର ଶିକ୍ଷକ ଜଣଙ୍କ ନଦୀରେ ଭାସି ଯାଇଥିଲେ। ନିଜ ଜୀବନକୁ ବଞ୍ଚାଇବାକୁ ଯାଇ ଶିକ୍ଷକ ଗାଡ଼ିକୁ ଛାଡି ଦେଇ ବହୁ କଷ୍ଟରେ ନଦୀ ପାର ହୋଇ ଜୀବନ ବଞ୍ଚାଇଥିଲେ।କିନ୍ତୁ ନଦୀ ରେ ବଢ଼ି ଆସିବା ଦ୍ବାରା ଗାଡ଼ି ଟି ଭାସିଯାଇଥିଲା।ଏପଟେ ଅଧ ପନ୍ତରିଆ ହୋଇ ରହିଥିବା ବ୍ରିଜ୍ କାମ ଶୀଘ୍ର ଶେଷ କରିବାକୁ ଜନ ସାଧାରଣ ରେ ଦାବୀ ହୋଇଛି। 


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS