ପଶ୍ଚିମ ଓଡ଼ିଶା ୟୁବ ମଞ୍ଚ ପକ୍ଷରୁ ବୈଠକ ଅନୁଷ୍ଠିତ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ଗତକାଲି ସୁବର୍ଣ୍ଣପୁର ଜିଲ୍ଲାର ରାମେଶ୍ଵମ ସଙ୍ଗମ ସ୍ଥଳରେ ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ପ୍ରତି ବର୍ଷ ପରି ଆଗମୀ ଅଗଷ୍ଟ ମାସର ୧ ତାରିଖ କୁ ଗୁରୁ ସତ୍ୟ ନାରାୟଣ ବହିଦାର (କୋଶଳୀ ସାହିତ୍ୟିକ ) ଙ୍କ ଜୟନ୍ତୀ କୁ ଧୁମ୍ ଧାମରେ ପାଳନ କରିବା ସକାଶେ ଏକ ପ୍ରସ୍ତୁତି ବୈଠକ ତଥା ଜିଲ୍ଲା ରେ ପଡ଼ି ରହିଥିବା ବିଭିନ୍ନ ସମସ୍ୟାର ସମାଧାନ କୁ ଆଗାମୀ ଦିନରେ ସମାଧାନ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହି ସମ୍ବଲପୁରୀ ଦିନ ରେ ସମସ୍ତେ ସମ୍ବଲପୁରୀ ବସ୍ତ୍ର ପରିଧାନ ସହିତ ସମ୍ବଲପୁରୀ କବିତା ଆସର ଓ ନାଚ ଗୀତ , ବାଇକ୍ ରାଲି ଓ ସମ୍ବଲପୁରୀ ଦିନ ବିଷୟ ରେ ଏକ ସଭା ଆୟୋଜନ କରିବାର ଯୋଜନା କରାଯାଇ ଥିଲା । ଗୁରୁ ସତ୍ୟ ନାରାୟଣ ବହିଦାର ଙ୍କ ନାତି ତରୁଣ ବହିଦାର ଙ୍କ ସହିତ ବରିଷ୍ଟ ସଦସ୍ୟ ଅରବିନ୍ଦ ତ୍ରିପାଠୀ, ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ମେହେର ପ୍ରମୁଖ ଏ ସଭାରେ ଉପସ୍ଥିତ ଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
إرسال تعليق