BREAKING
Loading...
:

ବୀରମହାରାଜପୁର ଏଟିଏମ ସମ୍ବୁଖ ରେ ଅସହାୟ ଅବସ୍ଥା ରେ ପଡିରହିଛି ବାୟାଣି

 ବୀରମହାରାଜପୁର ଏଟିଏମ ସମ୍ବୁଖ ରେ ଅସହାୟ ଅବସ୍ଥା ରେ ପଡିରହିଛି ବାୟାଣି 



ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ବୀରମହାରାଜପୁର ସହର ର ମୁଖ୍ୟଛକ ଠାରେ ଥିବା ଏଟିଏମ ସମ୍ବୁଖ ରେ ଗତ ୨ ଦିନ ରୁ ଉର୍ଦ୍ଧ ହେବ ଏହି ବାୟାଣି ବୃଦ୍ଧା ଅସହାୟ ଅବସ୍ଥାରେ ପଡିରହିଛି । ଏହି ଅଣଓଡିଆ ମହିଳା ଜଣକ ବାୟାଣି ବୋଲି କହୁଥିବା ବେଳେ ସେ କେବେ କାହା ସହିତ ବାୟାଣି ବ୍ୟବହାର କରି ନାହଁି କି କେବେ କାହା କୈାଣସି ଜିନିଷ ଭଙ୍ଗାରୁଜା କିମ୍ବା ନିଏ ନାହଁି କିନ୍ତୁ ବିଗତ କିଛି ବର୍ଷ ହେବ ବୀରମହାରାଜପୁର ମୁଖ୍ୟଛକରେ ପଡି ରହିଥିବା ବେଳେ କିଏ ଖାଇବାକୁ ଦେଳେ ଖାଏ ନ ହେଳେ  ଛକ ନିକଟ ରେ ଗୁଡାଏ ବୁଳାକୁକୁରଙ୍କ ସାଙ୍ଗରେ ଶୋଇ ରହିଥାଏ । ଏହି ଅଣ ଓଡିଆ ବାୟାଣି ଟି କିନ୍ତୁ ବୀରମହାରାଜପୁର ସହର କୁ ଆସିବା ଦିନ ଠୁଁ ସହର ଟି ସମ୍ପୁର୍ଣ୍ଣ ସ୍ବଛ ରହିଥାଏ କାରଣ ରାତି ୩ ଟା ରୁ ତା କାମ ହେଲା ସହର ସାରା ସମସ୍ତ ଦୋକାନ ସମ୍ଭୁଖ ନିଜେ ଝାଡୁ ଧରି ସଫା କରିଥାଏ କିନ୍ତୁ ଗତ ୨ ରୁ ୩ ଦିନ ହେବ ସେ ଏଟିଏମ ସମ୍ବୁଖରେ ପଡିରହିଛି । ତାକୁ ଜ୍ବର ହୋଇଥାଇ ପାରେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସାହାଜ୍ୟ କରିବାକୁ କେହି ବାହାରୁ ନଥିବା ଦେଖାଯାଇଛି । ବାୟାଣି ଭାବି ତାକୁ ଡାକ୍ତରଖାନା କୁ କିଏ ନେବ ଯଦି ନିଆଯାଏ ତେବେ କିଏ ଡାକ୍ତରଖାନା ତା ସେବା କରିବ ଭାବି କେହି ଆଗକୁ ଆସୁ ନଥିବା ବେଳେ ସମସ୍ତେ ଉପଦେଶ ଦେଇ ଚାଲିଯାଉଥିବା ଦେଖାଯାଉଛି । ସ୍ଥାନିୟ ପ୍ରଶାସନ ଦୃଷ୍ଟି ଦେଇ ବାୟାଣି କୁ ସହାୟ ହେବାକୁ ଆଲୋଚନା ହୁଏ l 


ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS