BREAKING
Loading...
:

ଓସ୍ତିଆ ସେବା ସମବାୟ ସମିତିରେ ସଭାପତି ଭାବେ ଭାବଗ୍ରାହୀ ସ୍ବାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ

 ଓସ୍ତିଆ ସେବା ସମବାୟ ସମିତିରେ ସଭାପତି ଭାବେ ଭାବଗ୍ରାହୀ ସ୍ବାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ



ଗଣିଆ ୦୨/୦୭(ମଣିଭଦ୍ରା ଖବର) ଗଣିଆ ବ୍ଲକ ଓସ୍ତିଆ ସେବା ସମବାୟ ସମିତିରେ ସଭାପତି ଭାବେ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି  ଭାବଗ୍ରାହୀ ସ୍ବାଇଁ । ଉକ୍ତ ସମିତିରେ ୧୪ ଜଣ ସଭ୍ୟ ଉପସ୍ଥିତ ଥିଲେ । ଜଣେ ମାତ୍ର ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିଲେ । ଫଳରେ ଭିବଗ୍ରାହୀ ସ୍ବାଇଁଙ୍କୁ ବିଜୟୀ ଘୋଷଣା କରିଥିଲେ ନିର୍ବାଚନ ଅଧିକାରୀ । ନିର୍ବାଚନ ଅଧିକାରୀ ଭାବେ ବଡସିଲିଙ୍ଗା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନବଘନ ଖମାରୀ ଯୋଗ ଦେଇଥିଲେ । 


ନିର୍ବାଚନ ଅଧିକାରୀ ନୂତନ ସଭାପତିଙ୍କୁ ଶପଥ ପାଠ କରିବା ସହିତ ଦାୟିତ୍ଵ ହସ୍ତାନ୍ତର କରିଥିବା ଜଣାପଡିଛି । ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହେବା ପରେ  ଶ୍ରୀ ସ୍ବାଇଁ ସମିତିର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ କୃଷକ ମାନଙ୍କର ଉନ୍ନତି ପାଇଁ ସେ ଆପ୍ରାଣ ଉଦ୍ୟମ କରିବେ ବୋଲି ପ୍ରକାଶ କରିଛନ୍ତି । ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ରାସଙ୍ଗ ସମିତି ସଭ୍ୟା କବିତା ସାହୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଶ୍ରୀ ସ୍ବାଇଁ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟରେ କ୍ରିଡ଼ା ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ବେଳେ ଗତ ୧ ମାସ ହେବ ଅବସର ଗ୍ରହଣ କରିଛନ୍ତି । 

ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର 

Post a Comment

Previous Post Next Post
Header ADS