ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କ ଗିରଫଦାରୀ ପ୍ରତିବାଦ
ଜିଲ୍ଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ସହ ରାଜ୍ୟପାଳଙ୍କ ଉଦେଶ୍ୟରେ ଦାବୀପତ୍ର ପ୍ରଦାନ l
ସୁବର୍ଣ୍ଣପୁର (ମଣିଭଦ୍ରା ଖବର)
ସାରା ଦେଶରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ଉପରେ ସରକାରୀ ତଥା ସାମ୍ବିଧାନିକ ସଂସ୍ଥା ଗୁଡିକ କୋଠର ଆଚରଣ ପ୍ରଦର୍ଶନ କରୁଥିବା ବେଳେ, ଆମ ରାଜ୍ୟ ଓଡିଶାରେ ମଧ୍ୟ ଆନୁପାତିକ ଭାବେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ତଥା ସରକାରୀ ସଂସ୍ଥାର ଅମାନୁଷିକ ଆଚରଣ ପ୍ରଦର୍ଶନ ବଢିବଢି ଚାଲିଛି । ନିକଟ ଅତୀତରେ ଓଡିଶାର ଜଣେ ବରିଷ୍ଠ ସାମ୍ବାଦିକ ବଡଖବର ଟିଭିର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କୁ ଏକ ସାଧାରଣ କେସରେ ଇଓଡବ୍ଲ୍ୟ ଯେଭଳି ଭାବରେ ଘରେ ବାରମ୍ବାର ଚଢାଉ କରିବା, ରାତିଅଧରେ ଗିରଫ କରିବା, ଗିରଫ ବେଳେ ଓ ହସପିଟାଲ ନେବା ସମୟରେ ତାଙ୍କ ମୁହଁକୁ ଚାପିରଖିବା, ଠେଲାପେଲା କରିବା, ଗଣ ମାଧ୍ୟମ ସମ୍ମୁଖରେ ବକ୍ତବ୍ୟ ରଖିବାକୁ ନଦେବା ଭଳି ଅମାନୁଷିକ ଭାବରେ ଜଣେ ହାର୍ଡକୋର କ୍ରମିନାଲ ଭଳି ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ମୟୂରଭଂଜ ଜିଲ୍ଲା ୟୁନିଟ ପକ୍ଷରୁ ନିନ୍ଦା କରିବା ସହ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାମ୍ବାଦିକ ମାନେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇ ଏହି ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଜଣେ ବରିଷ୍ଠ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଅମାନୁଷିକ ଆଚରଣ ପ୍ରଦର୍ଶନ କରି ତାଙ୍କର ମାନବାଧିକାର କ୍ଷ୍ୟୁର୍ଣ୍ଣ କରିଥିବା ଇଓଡବ୍ଲ୍ୟର ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ବରିଷ୍ଠ ସାମ୍ବାଦିକଙ୍କ ନାମରେ ହୋଇଥିବା ମାମଲାକୁ ସ୍ୱତନ୍ତ୍ର ବିଚାରକୁ ନେଇ ତାଙ୍କୁ ନିସର୍ତ ଖୋଲାସ କରିବା ଏବଂ ଆଗକୁ ଏଭଳି ଘଟଣାର ପୁନରାବୃତି ନହେବା ପାଇଁ ଦାବୀ କରାଯାଇଛି । ଏହି ବିକ୍ଷୋଭ ସମାବେଶରେ ଓଜେୟୁର ଜିଲ୍ଲା ସଭାପତି ରଂଜନ କୁମାର ଦାଶ, ସାଧାରଣ ସମ୍ପାଦକ ଅଭିଜିତ ମହାନ୍ତି, ରାଜ୍ୟ ଉପସଭାପତି ଦୀପକ କୁମାର ମାୟକ, ଜିଲ୍ଲା ଉପସଭାପତି ଦୋଳଗୋବିନ୍ଦ ବାରିକ, ସହ ସମ୍ପାଦକ ପ୍ରିୟବ୍ରତ ମିଶ୍ର, ସୁକାନ୍ତ ଜୀଉ, ଆର୍ଯ୍ୟଭଟ୍ଟ ମହାନ୍ତି, ସୁବ୍ରତ ପ୍ରଧାନ, ଅସୀତ ସଡଙ୍ଗୀ, ଦେବେନ୍ଦ୍ର ନାଥ ଦାଶ, ସାରଦା ପ୍ରସାଦ ବାରିକ, ଅଭିଷେକ ଖୁଂଟିଆ, ପ୍ରଦୀପ୍ତ ହୋତା, ଅମର ପଂଝା, ଲକ୍ଷ୍ମଣ ଜେନା, ତରୁଣ କୁମାର ଦାସ, ସଂଜୀବ କୁମାର ରଣଜିତ, ରବିନ୍ଦ୍ର କୁମାର ନାୟକ, ମନୋଜ କୁମାର ପଣ୍ଡା, ଲଳିତ ବାରିକ, ଦିଲ୍ଲୁପ ପାତ୍ର, ଜୟନ୍ତ ଧଡା, ସ୍ୱରୁପାନନ୍ଦ ଦାସ, ଦୋଳଗୋବିନ୍ଦ ନାୟକ, ଦୀପକ ମୁଦୁଲି, ହରେକୃଷ୍ଣ ପାତ୍ର, ପ୍ରଭାସ କୁମାର ସାହୁ, ବିଜୁ ସିଂ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।
ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର
Post a Comment