BREAKING
Loading...
:

ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ଶିକ୍ଷକ,ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି

 ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ  ଶିକ୍ଷକ,ଶିକ୍ଷୟତ୍ରୀ  ଙ୍କ ପଦୋନ୍ନତି




ନୂଆଗାଁ: (ମଣିଭଦ୍ରା ଖବର)ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ  କାର୍ଯ୍ୟରତ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ଗଣଶିକ୍ଷା ବିଭାଗ ପକ୍ଷରୁ  ହୋଇଥିବା ଜଣା ପଡ଼ିଛି।ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଲେବୁଲ୍ ୫ ଏ ରୁ ୫ ବି କୁ ପଦୋନ୍ନତି ପାଇଛନ୍ତି। କାଟାଗୋରୀ ୧ ରେ ମାଟ୍ରିକ ଏବଂ ଯୁକ୍ତ ୨ ସିଟି ଯୋଗ୍ୟତା ଥିବା ୨୩ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ କାଟାଗୋରୀ ୨ ରେ ବି .ଏ ସିଟି ଏବଂ ବି .ଏ ବିଇଡି ଯୋଗ୍ୟତା ଥିବା ୨୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ହୋଇଛି। ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପଦୋନ୍ନତି ପାଇଥିବା ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କାଉନସେଲିଂ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ମନ ପସନ୍ଦ ର ବିଦ୍ୟାଳୟ ଚୟନ କରିଥିବା ଜଣା ପଡ଼ିଛି।ପଦୋନ୍ନତି ପାଇଥିବା ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ୪୦ ଜଣ ଶିକ୍ଷକ ଏବଂ ୮ ଜଣ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ହୋଇଛି।


ରିପୋର୍ଟ ପୁଷ୍ପଲତା ପ୍ରଧାନ ନୂଆଗାଁ 

Post a Comment

Previous Post Next Post
Header ADS