BREAKING
Loading...
:

ରକ୍ତ ଦାନ କରି ବୋଲବମ୍ ଭକ୍ତ ରଖିଲେ ଜୀବନ ଆଗେ ଜୀବନ ଦାନ, ତା ପରେ କରିବେ ଜଳ ଦାନ

 ରକ୍ତ ଦାନ କରି ବୋଲବମ୍ ଭକ୍ତ ରଖିଲେ ଜୀବନ ଆଗେ ଜୀବନ ଦାନ, ତା ପରେ  କରିବେ ଜଳ ଦାନ

 


ସୁବର୍ଣ୍ଣପୁର (ମଣିଭଦ୍ରା ଖବର)କୁହାଯାଏ ରକ୍ତ ଦାନ ଜୀବନ ଦାନ ତାହାକୁ ଗତକାଲି ପ୍ରମାଣ କରିଛନ୍ତି ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ତେଣ୍ଟେଲଖୁଲିଆ ଗ୍ରାମ ର ଯୁବ ରକ୍ତ ଦାତା ବୋଲବମ୍ ଭକ୍ତ ନିତେଇ ଭୋଇ l  କୌଣସି ସୂତ୍ର ରୁ ନିତେଇ ଖବର ପାଇଲେ ଯେ ଯାଉରାଭଉରା, ପତ୍ରାପାଲିର ଜଣେ ରୋଗୀ ସୁଭାଷିନୀ ବଗର୍ତ୍ତି ଙ୍କୁ ବୁର୍ଲା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ତାଙ୍କୁ ରକ୍ତ ଆବଶ୍ୟକ l ଏ କଥାକୁ ଗମ୍ଭୀର ଭାବରେ ନେଇ ବୋଲବମ୍ ଯାଉଥିବା    ନିତେଇ     ରକ୍ତ ଦାନ କରି ଜୀବନ ରକ୍ଷା କରିବା କୁ ବୁର୍ଲା କୁ ସେ ବୋଲବମ୍ ଯାତ୍ରା କୁ ଅଧାରେ ରଖି ରକ୍ତ ଦାନ କରିବାକୁ ଆଗେଇ ଆସିଛନ୍ତି । ରକ୍ତ ପାଇବା ପରେ ସୁଭାଷିନୀ ଙ୍କ ପାରିବାର ନିତେଇ ଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି । ପରୋପକାରୀ ନିତେଇ ଙ୍କ ଏ ମହତ୍ କାର୍ଯ୍ୟ ହେତୁ ରକ୍ତ ଦାତା ସେବା ସଂଘ ପକ୍ଷ ରୁ ତାଙ୍କୁ ପ୍ରଶଂସା କରାଯାଇଛି ।ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS