BREAKING
Loading...
:

ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପର ଙ୍କ ହୃଦୟ ବିଜୟ କଲେ ବିଜୟିନୀ

 ହଜିଥିବା ମୋବାଇଲ ଓ ଟଙ୍କା ଫେରାଇ ରେଲୱେ ସୁଇପର ଙ୍କ ହୃଦୟ ବିଜୟ କଲେ ବିଜୟିନୀ 



 ସୁବର୍ଣ୍ଣପୁର (ମଣିଭଦ୍ରା ଖବର)ରେଲୱେ ବିଭାଗ ର ମହିଳା ସୁଇପର ବି. ରେଡ୍ଡୀ ଙ୍କ ହଜି ଥିବା ମୋବାଇଲ ଓ ମନିପର୍ସ  ଟଙ୍କା ଫେରାଇ ମାନବିକତା ଓ ମଣିଷ ପଣିଆ ର ବଡ଼ ପରୀକ୍ଷା ରେ ବିଜୟୀ ହୋଇ ସୁଇପର ଙ୍କ ହୃଦୟ ଜିଣିଲେ ସୁବର୍ଣ୍ଣପୁର ର ଝିଅ ବିଜୟିନୀ ରଥ l ପ୍ରକାଶ ଥାଉ କି ଯେ  ହାଇଦ୍ରାବାଦ ର ଏକ ସାମାଜିକ ଉତ୍ସବ ରେ ଯୋଗ ଦେଇ ସୁବର୍ଣ୍ଣପୁର ବଡ଼ ବଜାର ର ବୃନ୍ଦାବନ ରଥ ଙ୍କ ପରିବାର ଲୋକେ ଫେରୁଥିବା ବେଳେ ଗତ 3 ତାରିଖ ରେ ସିକନ୍ଦାରବାଦ 4 ନମ୍ବର ପ୍ଲାଟ ଫର୍ମ ରେ ଏକ ଦାମିକା ମୋବାଇଲ,ଦୁଇ ହଜାର ଟଙ୍କା ଓ କିଛି ଜରୁରୀ କାଗଜପତ୍ର ଥିବା ଏକ ମନି ପର୍ସ  କୁ  ଶ୍ରୀ ରଥ ଙ୍କ ବିବାହିତା ଝିଅ  ବିଜୟିନୀ ପାଇଥିଲେ l  ପ୍ରାୟତଃ ଲୋକେ ମୋବାଇଲ ଟଙ୍କା କିଛି ମୂଲ୍ୟବାନ ଜିନିଷ ଲୁଟି ନେଇ କିମ୍ବା ହଜିଥିବା ଜିନିଷ ପାଇବା ପରେ ତୁରନ୍ତ ଜାଗା ଛାଡି ଫେରାର ମାରିବା ଘଟଣା ଆପଣ ଦେଖିଥିବେ ଶୁଣିଥିବେ l କିନ୍ତୁ ଏଠି ବିଜୟିନୀ ଙ୍କ କ୍ଷେତ୍ରରେ ଘଟିଛି କିଛି ଅଲଗା l ସିକନ୍ଦରାବାଦ ଷ୍ଟେସନ ରେ ଅଟକି ଥିବା  ଓ ଟ୍ରେନ ଛାଡିବା ର ମାତ୍ର 10 /15 ମିନିଟ ଭିତରେ ପ୍ଲାଟ ଫର୍ମ ରେ ପାଇଥିବା ଏ ସବୁ ଜିନିଷ ତୁରନ୍ତ କେମିତି ହଜାଇ ଥିବା ଲୋକଙ୍କୁ ଫେରାଇ ନିଜ ର ଭାରାକ୍ରାନ୍ତ ମନ କୁ ହାଲକା କରିବେ ସେ ନେଇ ବିଜୟିନୀ ଖୁବ ବ୍ୟସ୍ତ ବିବ୍ରତ ହୋଇ ପଡୁଥିବା ବେଳେ ହଜିଥିବା ମୋବାଇଲ କୁ  ବ୍ୟସ୍ତ ବିବ୍ରତ ସ୍ବର ରେ ଫୋନ କଲ ଆସିଲା, ମେମ ଆପଣ କେଉଁଠି ପ୍ଲିଜ ମୋ ଫୋନ ଆଉ ଟଙ୍କା ଫେରାଇଦିଅନ୍ତୁ, ଆଉ ଏ ପଟୁ ବିଜୟିନୀ ଖୁସିରେ ଉତ୍ତର ଦେଲେ ବ୍ୟସ୍ତ ହୁଅନ୍ତୁ ନି ଆପଣ 4 ନମ୍ବର ପ୍ଲାଟ ଫର୍ମ କୁ ତୁରନ୍ତ ପହଂଚି ଜିନିଷ ସବୁ ନେଇଯାଆନ୍ତୁ l ଦୁଇ ମିନିଟ ବାକି ଥିଲା ସମୟ ଟ୍ରେନଛାଡିବା l ଆଉ ଠିକ ସେତିକି ବେଳେ ରେଲୱେ ସୁଇପର ବି. ରେଡ୍ଡୀ ହାତ ହଲାଇ ଦୌଡ଼ି ଦୌଡ଼ି ଆସୁଥିଲେ l ବିଜୟିନୀ ଙ୍କ ପାଖ ରୁ ସବୁ ଜିନିଷ ଉଦ୍ଧାର କରି ହୃଦୟ ରୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଥିଲେ l ସେଇ ଖୁସି ର ମୁହୂର୍ତ୍ତ କୁ ଷ୍ଟେସନ ର ଲୋକେ ଉପଭୋଗ କରୁଥିବା ସମୟରେ ଟ୍ରେନ ଗଡ଼ିବା ଆରମ୍ଭ ହୋଇ ଯାଇଥିଲା ଆଉ ବିଜୟିନୀ ମଧ୍ୟ ଶ୍ରୀମତୀ ରେଡ୍ଡୀ ଙ୍କୁ ଖୁସି ଓ ବିନମ୍ରତା ର ସହିତ ପ୍ରତି ନମସ୍କାର ଜଣାଇ ଖୁବ ତରବର ରେ ଟ୍ରେନ ବଗି କୁ  ଦୌଡ଼ି ଚଢ଼ିଥିଲେ l ଆଉ ଏଇ କାହାଣୀ ଓ ଦୃଶ୍ୟ ସିନେମା ଠୁଁ କିଛି କମ ନୁହେଁ l କଥାରେ ଅଛି ତୁଳସୀ ଦୁଇ ପତ୍ର ରୁ ବାସେ ଓ ସଂସ୍କାରିତ ପରିବାର ଓ  ଶିକ୍ଷାନୁଷ୍ଠାନ ରୁ ଜୀବନ ଗଢ଼ିଥିଲେ ବଢ଼ିଥିଲେ, ତାକୁ ହିଁ ଅନ୍ୟ ମାନଙ୍କୁ,ସମଗ୍ର ସମାଜ କୁ ଏଭଳି ସଂସ୍କାର ଓ ମହତ କାର୍ଯ୍ୟ  ଶିଖେଇବାର ସୁଯୋଗ ମିଳିଥାଏ l ଏଡ଼ଭୋଜେଟ ଶ୍ରୀମତୀ ରଥ ଙ୍କ ଏଭଳି ପ୍ରୟାସ ଓ ମହତ କାର୍ଯ୍ୟ କୁ ସୁବର୍ଣ୍ଣପୁର , କଳାହାଣ୍ଡି ସହର ଓ କଟକ ହାଇକୋର୍ଟ ଅଞ୍ଚଳ ରେ ଭୁୟସୀ ପ୍ରଶଂସା କରାଯାଇଥିବା ବେଳେ ଆଗାମୀ ଯୁବ ପିଢୀ ଙ୍କୁ ଏହା ପ୍ରେରଣା ର ବାର୍ତ୍ତା ଦେବ ନିଶ୍ଚିତ l ବିଜୟିନୀ ଙ୍କ ବାପା ବୃନ୍ଦାବନ ରଥ ଯିଏ କି ଦୀର୍ଘ ବର୍ଷ ରୁ ସୁବର୍ଣ୍ଣପୁର ର କୁଷ୍ଠାଶ୍ରମ କୁ ଯାଇ ପ୍ରତିଦିନ କୁଷ୍ଠ ରୋଗୀ ଙ୍କ ସେବା ଓ ତାଙ୍କ ଦୁଃଖ ସୁଖ ରେ ସାମିଲ ହୋଇ ଜଣେ କୁଷ୍ଠ ସାଥି ଭାବେ ପରିଚିତ l  ବାପା, ମା ଓ ଭାଇ ନାରାୟଣ ରଥ ସ୍ୱଚ୍ଛ ଭାରତ ସୋନପୁର ର ସଦସ୍ୟ ଥିବା ବେଳେ ହାଇକୋର୍ଟ ରେ ଲ ପ୍ରାକ୍ଟିସ କରୁଥିବା ବିଜୟିନୀ ଙ୍କ ସ୍ୱାମୀ ବଲାଙ୍ଗୀର ସଇଁତଳା ରେ ଆୟୁଷ ଡାକ୍ତର  ଭାବେ କାର୍ଯ୍ୟରତ l 

ରିପୋର୍ଟ, ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Post a Comment

Previous Post Next Post
Header ADS