ମାଟ୍ରିକ ବ୍ଳକ ଟପ୍ପରଙ୍କୁ ଶୁଭେଚ୍ଛା ଜଣାଇଲେ ଲୋକପ୍ରତିନିଧି
ଗଣିଆ ୦୭/୦୭(ମଣିଭଦ୍ରା ଖବର) ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଣିଆ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ସୁଚିତ୍ରା ଅମାୟନ୍ତ ସର୍ବାଧିକ ୫୫୮ ମାର୍କ ରଖି ବ୍ଳକ ଟପ୍ପର ହୋଇଛନ୍ତି । ସୁଚିତ୍ରାଙ୍କୁ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟୁଛି । ତେବେ ଗୁରୁବାର ସୁଚିତ୍ରାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ବ୍ଳକ ଉପାଧ୍ୟକ୍ଷ ରାଜକିଶୋର ସାହୁ, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଗଣିଆ ସମିତି ସଭ୍ୟ ଫକୀର ମୋହନ ଡାକୁଆ । ସେମାନେ ସୁଚିତ୍ରାଙ୍କ ଘରକୁ ଯାଇ ତାଙ୍କୁ ମିଠା ଖୁଆଇ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ସୁଚିତ୍ରାଙ୍କ ବାପା ସୁରେଶ ଅମାୟନ୍ତଙ୍କ ସହିତ ଆଲୋଚନା କରି ସେ କିପରି ଉଚ୍ଚଶିକ୍ଷା ଲାଭ କରି ବ୍ଳକ ତଥା ରାଜ୍ୟର ନାଁ କରିବ ସେ ସମ୍ପର୍କରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଛନ୍ତି । ଯଦି କିଛି ସହଯୋଗ ଦରକାର ତେବେ ସେମାନେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ ମଣିଭଦ୍ରା ଖବର
Post a Comment